ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ୭୮ତମ ସ୍ୱାଧୀନତା ଦିବସ ପାଲନ ଉପଲକ୍ଷେ ଉଭୟେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆୟୋଜିତ ହେଉଛି ତ୍ରିରଙ୍ଗା ଯାତ୍ରା । ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବୁଧବାର ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଯାତ୍ରାରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀମାନେ ଆଗ୍ରହ ଓ ଉତ୍ସାହରର ସହିତ ଜାତୀୟ ପତାକା ଧରି ଭାରତ ମାତା କି ଜୟ ସ୍ଲୋଗାନ ମାଧ୍ୟମରେ ମହାବିଦ୍ୟାଳୟ ସମ୍ମୁଖରେ ଥିବା ରାସ୍ତାରେ ଶୋଭାଯାତ୍ରା ମାଧ୍ୟମରେ ପରିକ୍ରମା କରିଥିଲେ । ଶୋଭାଯାତ୍ରାକାରୀମାନେ ପାନପୋଷ ଗାନ୍ଧୀଛକ ଠାରେ କିଛି ସମୟ ରହିବା ସହିତ ତ୍ରିରଙ୍ଗା ଯାତ୍ରା ସମ୍ପର୍କରେ ସଚେତନ ବାର୍ତ୍ତା ଦେଇଥିଲେ । ଏଥିରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ମହାବିଦ୍ୟାଳୟର ପୂରାତନ ଛାତ୍ରସଂଘର ସମ୍ପାଦକ ରୋସନ ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉତ୍ସାହର ସହିତ ଯୋଗ ଦେଇଥିଲେ । ଏହି ଯାତ୍ରା ମାଧ୍ୟମରେ ଦେଶର ଭବିଷ୍ୟତ କୁହାଯାଉଥିବା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଦେଶର କଷ୍ଟଲବ୍ଧ ସ୍ୱାଧୀନତା ସମ୍ପର୍କରେ ବାର୍ତ୍ତା ଦିଆଯାଇଛି ।

Leave A Reply

Your email address will not be published.