‘ଗନ୍ଧମାର୍ଦ୍ଦନ ଗୁଟେ ସତ କଥା’ର ଟ୍ରେଲର୍‌ ରିଲିଜ୍

ଖପ୍ରଖୋଲ, (ପୁସ୍ତମ ଯୁଆଡ଼ି) : କୋଶଲୀ ସର୍ଟ ଫିଲ୍ମ୍ ‘ଗନ୍ଧମାର୍ଦ୍ଦନ ଗୁଟେ ସତ କଥା’ର ଟ୍ରେଲର୍‌ ରିଲିଜ୍ ହୋଇଯାଇଛି । ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ପ୍ରାଙ୍ଗଣରେ ସମସ୍ତ କଳାକାର ତଥା ଫିଲ୍ମ ନିର୍ମାତା ଏବଂ ଟିମ୍‌ର ସମସ୍ତ ସଦସ୍ୟ ଏ ଅବସରରେ ଉପସ୍ଥିତ ଥିଲେ । ଥବିର ପଧାନ ଏବଂ ପ୍ରିତୀସ ସେଲ୍‌ମା ଏହାର କାହାଣୀ ଏବଂ ସଂଳାପ ରଚନା କରିଛନ୍ତି । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଥବିର ପଧାନ । ମହେଶ ବରିହା, ଜୟପ୍ରିନ୍ସ ପୂଜାରୀ, କମଲ ବରିହା ପ୍ରମୁଖ ଅଭିନୟ କରିଥିବା ବେଳେ ଶୋଭାକର ପ୍ରଧାନ ଏବଂ ବିରଞ୍ଚି ବରିହା ଅତିଥି କଳାକାର ହିସାବରେ ଅଭିନୟ କରିଛନ୍ତି । ଏହି ଡକ୍ୟୁମେଣ୍ଟାରି ଫିଲ୍ମଟି ଖୁବ୍ ଶୀଘ୍ର ‘ରୋଡସାଇଡ୍ କେମେରାବାଲା’ ୟୁଟ୍ୟୁବ୍ ଚାନେଲ୍‌ରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

13 − thirteen =