ମାରାଥନ୍‌ ପ୍ରଚାରରେ ବିଧାୟକ ପ୍ରାର୍ଥୀ ସରୋଜ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର

ପାଟଣାଗଡ଼, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ବଡ଼ଉଡେନ୍‌ ଗ୍ରାମରେ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ମାରାଥନ୍‌ ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି । ସେହିପରି ଖପ୍ରାଖୋଲ ବ୍ଲକର ପାଚେର ଗ୍ରାମରେ ମଧ୍ୟ ମିଳିତ ଭାବେ ପ୍ରଚାର କରିଛନ୍ତି ବିଧାୟକ ଓ ସାଂସଦ ପ୍ରାର୍ଥୀ । ପ୍ରଚାର ସମୟରେ ବିଧାୟକ ପ୍ରାର୍ଥୀ ସରୋଜ ବିଗତ ସମୟରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିକାଶ ସଂପର୍କରେ ଭୋଟଙ୍କୁ ଅବଗତ କରାଇବା ସହ ଓଡ଼ିଶାରେ ଯୋଡ଼ି ଶଙ୍ଖ ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଆଗାମୀ ଦିନରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବିଜେଡ଼ିର ହାତମୁଠାକୁ ଟାଣ କରି ବିଜେଡ଼ି ସପକ୍ଷରେ ଭୋଟ୍‌ ଦେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

4 + 1 =