pakka

ସନ୍ଧାନ ଓ ଉଦ୍ଧାର ପାଇଁ ଟ୍ରେନିଂ ଦେଉଛନ୍ତି ଗଞ୍ଜାମ ବ୍ଲକର ଦୁଇ ମାଷ୍ଟର ଟ୍ରେନର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରାକୃତିକ ବିପର୍ଯ୍ୟୟ ବେଳେ ବହୁ ଧନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି । ଏଥିପାଇଁ ବନ୍ୟା ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଗତ କିଛି ବର୍ଷ ହେବ ଅକ୍ଟୋବର ମାସରେ କିଛି ନା କିଛି ବାତ୍ୟା ଆସୁଥିବା ଦୃଷ୍ଟି କୋଣରୁ ଓସଡ଼ମା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସନ୍ଧାନ ଓ ଉଦ୍ଧାରକାରୀ ଦଳକୁ ଟ୍ରେନିଂ ଦେବା ନିମନ୍ତେ ଗଞ୍ଜାମ ବ୍ଲକର ଦୁଇ ଜଣ ମାଷ୍ଟର ଟ୍ରେନର ତ୍ରିଲୋଚନ ପ୍ରଧାନ ଓ ଅଶୋକ ରାଉଳ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରି ସେମାନଙ୍କୁ ତାଲିମ ଦେଉଛନ୍ତି । ଏଥିସହ ପ୍ରାଥମିକ ଚିକିତ୍ସା ଲାଗି ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି ଦୁଇ ମାଷ୍ଟର ଟ୍ରେନର । ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ମାତିଆ ବାତ୍ୟା ଆଶ୍ରୟ ସ୍ଥଳୀ, ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ସାଲେଗୁଡି ବାତ୍ୟା ଆଶ୍ରୟ ସ୍ଥଳୀଠାରେ ପ୍ରଶିକ୍ଷଣ ଦିଆସାରିଥିବା ବେଳେ ଗୁରୁବାର ଉମରକୋଟ ମ୍ୟୁନିସିପାଲିଟିଠାରେ ପ୍ରାୟ ୨୫ରୁ ଅଧିକ ସନ୍ଧାନ ଓ ଉଦ୍ଧାରକାରୀ ଦଳକୁ ଏହି ପ୍ରଶିକ୍ଷଣ ଦିଆଯାଇଥିବା ଜଣାପଡିଛି । ଓସଡମା ପକ୍ଷରୁ ଏହି ଦୁଇ ମାଷ୍ଟର ଟ୍ରେନର ପ୍ରାୟ ୨୮ ଦିନ ଧରି ଏହି ପ୍ରଶିକ୍ଷଣ ଦେଉଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ବିଗତ ବାତ୍ୟା ସମୟରେ ଗଞ୍ଜାମ ବ୍ଲକ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଖୁବ ପ୍ରଶଂସିତ ହୋଇଥିଲା ।

Leave A Reply

Your email address will not be published.

one × 3 =