pakka

‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ପରେ ଚେଇଁଲା ପୂର୍ତ୍ତ ବିଭାଗ : କ୍ରସର ଗୁଣ୍ଡ ପକେଇ ଖାଲ ହେଲା ଭର୍ତ୍ତି

l2

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଜୁ ଏକ୍ସପ୍ରେସ ୱେ ରାସ୍ତାରୁ ଝାରବନ୍ଧ ପଟକୁ ସଂଯୋଗ କରିଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି ବୋଲି ଗତକାଲି ‘କୋଶଳ ପ୍ରବାହ’ରେ ଖବର ପ୍ରସାରିତ ହୋଇଥିଲା, ଯାହାକୁ ଦେଖି ଚେଇଁଛି ପୂର୍ତ୍ତ ବିଭାଗ । ପାଇକମାଲ ମୁଖ୍ୟ ଛକ ଝାରବନ୍ଧ ପଟକୁ ଯାଉଥିବା ରାସ୍ତାରେ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି । ଝାରବନ୍ଧ ଉପାନ୍ତ ଅଞ୍ଚଳ ଛତିଶଗଡ ଅଞ୍ଚଳରୁ ଯାତ୍ରୀମାନେ ନୃସିଂହନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ଏଇ ରାସ୍ତା ଦେଇ । ଛକ ଜାଗା ହୋଇ ଥିବାରୁ ଏଠାରେ ପ୍ରବଳ ଭିଡ ହେବାର ପରିଲକ୍ଷିତ ହୋଇଥାଏ । ଅନେକ ଛୋଟ ବଡ ଯାନବାହାନ ଯାତାୟତ ହୋଇଥାଏ । ଏଠାରେ ଛୋଟ ବଡ ଦୁର୍ଘଟଣା ହେବାର ଆଶଙ୍କା କରାଯାଏ । ହେଲେ ଏହି ବିପଦପୂର୍ଣ୍ଣ ରାସ୍ତାଟିକୁ ପ୍ରଶାସନର ତଥା କାହାରିର ଦୃଷ୍ଟି ପଡୁନାହିଁ । ଏହି ରାସ୍ତାଟି ମରଣଯନ୍ତା ପାଲଟିଛି । ବର୍ତ୍ତମାନ ପାର୍ବଣ ଋତୁରେ ଲୋକଙ୍କର ଭିଡ ହେବାର ସମ୍ଭାବନା ଦେଖାଯାଏ । ତେଣୁ କରି ପୂର୍ତ୍ତ ବିଭାଗ ତଥା ପ୍ରଶାସନ ଏହି ରାସ୍ତାକୁ ମରାମତି ଦୃଷ୍ଟି ଦେଇ ଶୀଘ୍ର ମରାମତି କରିବା ପାଇଁ ଜନସାଧାରଣରେ ଦାବୀ ହେଉଥିଲା, ଯାହାର କିଛି ମାତ୍ରାରେ ସମସ୍ୟା ସମାଧାନ ହୋଇଛି । ସମ୍ପୂର୍ଣ୍ଣ ଭାବେ ମରାମତି କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

pp
Leave A Reply

Your email address will not be published.

twelve − 9 =