ଟ୍ରାକ୍ଟର ଚାପାରେ ଛାତ୍ରର ମୃତ୍ୟୁ : ଡ୍ରାଇଭର ଫେରାର

କଂଟାବାଂଜି, (ମନିଶ କୁମାର ହଂସ) : ମାମୁଁ ଘରର ବାହାଘରକୁ ଆସି ଟ୍ରାକ୍ଟର ଚାପାରେ ଶନିବାର ଦିନ ଜଣେ ନାବାଳକ ଛାତ୍ରର ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆପଡା ଜିଲ୍ଲା ବୋଡେନ ଥାନା ସମଲେଇପଦର ଗାରଁ ରତନା ନାଗର ପୁଅ ପପୁ ନାଗ (୧୦) ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ ପଂଚାୟତର ଭରୁଆକାନି ଗାଁର ନିରାକାର ହଂସ ଘରକୁ ବିବାହରେ ଆସିଥିଲେ । ପିତାମାତା ବିବାହ ସରିଲା ପରେ ନିଜ ଗାଁ ସମଲେଇପଦରକୁ ଚାଲିି ଯିବା ପରେ ଶନିବାର ସକାଳେ ପ୍ରାୟ ସାଢେ ଦଶଟା ବେଳେ ଟ୍ରାକ୍ଟର ନଂ.ଙଊ-୨୬-୭୪୯୧ ଗାଁରେ ଯାଉଥିବା ବେଳେ ପପୁକୁ ଚପାଇ ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହା ପରେ ତୁରେକେଲା ଥାନାକୁ ଜଣାଇବାରୁ ପୋଲିସ ଭରୁଆକାନି ଗାଁ କୁ ଯାଇ ଅନୁସଂଧାନ କରିଛି । ମୃତକର ପିତା ରତନା ନାଗ ଥାନାରେ ଏକ ଲିଖିତ ଜଣାଇବା ପରେ ଥାନା କେସ ନଂ.୩୬/୨୭.୨.୨୦୨୧ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି । ଅନୁସଂଧାନକାରୀ ସବ୍‌ ଇନ୍ସପେକ୍ଟର ଆର.କେ.ବେହେରାଙ୍କ କହିବା ମୁତାବକ ଡ୍ରାଇଭର ଫେରାର ହୋଇଛି, ମୃତ ବାଳକର ଶବକୁ କଂଟାବାଂଜି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଯାଇଛି ।

Leave A Reply

Your email address will not be published.