jsm

ଦୁର୍ବୃ‌ତ୍ତଙ୍କ ଧଳା ରଙ୍ଗର ଇନୋଭା ବିଷୟରେ ମୁମ୍ବାଇ ପୁଲିସକୁ ମିଳିଲା ସୂଚନା

csstore

ମୁମ୍ବାଇ : ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଣ୍ଟିଲିଆ ତଳୁ ଏକ ବିସ୍ଫୋରକ ଭର୍ତ୍ତିି ଗାଡ଼ି ଜବତ କରାଯାଇଥିଲା । ଜବତ କରାଯାଇଥିବା ଗାଡି ଭିତରୁ ୨୦ଟି ଜିଲୋଟିନ ମିଳିବା ପରେ ଅମ୍ବାନୀଙ୍କ ଘର ବାହାରେ ସୁୁରକ୍ଷାକୁ କଡ଼ାକଡ଼ି କରିଯାଇଛି । ତେବେ ଏହି ଘଟଣା ସହ ଜଡ଼ିତ ଏକ ବଡ଼ ଖବର ବ‌ର୍ତ୍ତମାନ ସାମ୍ନାକୁ ଆସିଛି । ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ପରେ ପୁଲିସ ଅମ୍ବାନୀଙ୍କ ଘର ବାହାରର ସିସିଟିଭି ଯାଞ୍ଚ କରିବାରୁ ଦୁଇଟି ଗାଡ଼ିରେ କିଛି ଯୁବକ ଆସି ଅମ୍ବାନୀଙ୍କ ଘର ଆଗରେ ପହଞ୍ଚିବା ସହ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଘର ବାହାରେ ରଖି ଦେଇ ଧଳା ରଙ୍ଗର ଇନୋଭାରେ ବସି ଚାଲିଯାଇଥିଲେ । ଧଳା ରଙ୍ଗର ଇନୋଭା ବିଷୟରେ ଜଣାପଡ଼ିବା ପରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଆଜି ସକଳେ ଧଳା ଇନୋଭା ବିଷୟରେ ମୁମ୍ବାଇ ପୁଲିସକୁ ସୂଚନା ମିଳିଥିବା ଜଣାପଡ଼ିଛି ।

yuvodaya
Leave A Reply

Your email address will not be published.