ଅଗ୍ରସେନ ଜୟନ୍ତୀ ପାଳନର ଶୁଭାରମ୍ଭ : ଯୋଗଦେଲେ ବିଧାୟକ ଓ ପୌର ପରିଷଦର ଅଧ୍ୟକ୍ଷା
ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଶନିବାର ସେପ୍ଟେମ୍ବର ୧୩ ତାରିଖରେ ଅଗ୍ରସେନ ଜୟନ୍ତୀର ଭବ୍ୟ ଶୁଭାରମ୍ଭ ସଭାପତି ପ୍ରକାଶ ଗୋୟଲଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସମାଜର ବରିଷ୍ଠ ସମାଜସେବୀ ଜଗଦୀଶ ପ୍ରସାଦ ଅଗ୍ରୱାଲ ଏବଂ ତାଙ୍କର ଧର୍ମପତ୍ନୀଙ୍କ କର୍ତ୍ତା ହୋଇ ପୂଜାରେ ବସି ମଙ୍ଗଳପାଠ ଦ୍ଵାରା ଆରମ୍ଭ କରିଥିଲେ । ମଙ୍ଗଳପାଠ ପଠନ କରିଥିଲେ ପଣ୍ଡିତ ପ୍ରମୋଦ ଭରଦ୍ୱାଜ ଓ ତାଙ୍କର ଦଳ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ ପ୍ରଦର୍ଶନରେ ୫ ଟି ଟିମ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ତା ସହିତ “ଲକ୍ଷ୍ମୀପୁତ୍ର” ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରଥମ ସ୍ଥାନ ସତୀଶ ଅଗ୍ରୱାଲ, ଦ୍ୱିତୀୟ ସ୍ଥାନ ବିକାଶ ଜେନ୍, ତୃତୀୟ ସ୍ଥାନ ପୁରୁଷୋତ୍ତମ ଖେମକା ଅକ୍ତିଆର କରିଥିଲେ । ସଭାର ଉପାଧ୍ୟକ୍ଷ କିଶୋର ଗୁପ୍ତାଜୀ ନିଜର ଶାୟରୀର ବର୍ଷାରେ କାର୍ୟକ୍ରମକୁ ଚାରିଚାଁଦ ଲଗାଇଦେଲେ । ସମଗ୍ର ପରିବେଶ ଭକ୍ତିରସ ସହିତ ଆନନ୍ଦ ଓ ଉଲ୍ଲାସରେ ଭରିଗଲା । ଏହି ଆୟୋଜନ କେବଳ ଭକ୍ତି ଓ ଶ୍ରଦ୍ଧାର ପ୍ରତୀକ ହୋଇନଥିଲା, ସମାଜର ଏକତା ଓ ଉତ୍ସାହର ମଧ୍ୟ ଅଦ୍ଭୁତ ଉଦାହରଣ ହେଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ଯୋଗ ଦେଇଥିଲେ । ତାଙ୍କ ଉପସ୍ଥିତିରେ ସଭାଗୃହରେ ଉତ୍ସାହ ଓ ଉଲ୍ଲାସର ଲହରୀ ଖେଳି ଯାଇଥିଲା । ମଞ୍ଚକୁ ପହଞ୍ଚି ବିଧାୟକ ଅଗ୍ରୱାଲ ସଭା ଦ୍ଵାରା ଆୟୋଜିତ ଭକ୍ତି ଓ ସମର୍ପଣ ଭରା କାର୍ୟ୍ୟକ୍ରମ ପାଇଁ ବିଶେଷ ଧନ୍ୟବାଦ ଦେବା ସହ ସମୟାନୁସାରେ ସମାଜର ସେବାରେ ତତ୍ପର ରହିବାକୁ ସଙ୍କଳ୍ପ ନେଇଥିଲେ । ସେ ନିଜେ ମଧ୍ୟ ଭକ୍ତିମୟ ସଙ୍ଗୀତରେ ନାଚି ଉଠିଥିଲେ । ସଭାର ଉପାଧ୍ୟକ୍ଷ ନିଜର ଶାୟରୀ ବର୍ଷାରେ କାର୍ୟ୍ୟକ୍ରମକୁ ଚାରିଚାଁଦ ଲଗାଇଦେଇଥିଲେ । ସମଗ୍ର ପରିବେଶ ଭକ୍ତିରସ ସହିତ ଆନନ୍ଦ ଓ ଉଲ୍ଲାସରେ ଭରି ଯାଇଥିଲା। କାର୍ୟ୍ୟକ୍ରମରେ ଭଣ୍ଡାରାର ବ୍ୟବସ୍ଥା ଦୀପକ ଗୋୟଲଜୀଙ୍କ ପକ୍ଷରୁ କରାଯାଇଥିଲା । ସେଥିପାଇଁ ତାଙ୍କୁ ମଞ୍ଚରେ ସମ୍ମାନିତ ମଧ୍ୟ କରାଗଲା । ଏହି କାର୍ୟ୍ୟକ୍ରମରେ କଣ୍ଟାବାଞ୍ଜିରୁ ଆସିଥିବା ସମସ୍ତ ଅତିଥିଙ୍କ ସମ୍ମାନିତ କରାଯାଇଥିଲା । ଶେଷରେ କିଶୋର ଗୁପ୍ତା ସମସ୍ତ ଆଗନ୍ତୁକ, ଅତିଥି ଓ ସହଯୋଗୀଙ୍କୁ ହୃଦୟଙ୍ଗମ ଆଭାର ଜଣାଇଲେ । ଏହି ଆୟୋଜନ କେବଳ ଭକ୍ତି ଓ ଶ୍ରଦ୍ଧାର ପ୍ରତୀକ ହୋଇନଥିଲା, ସମାଜର ଏକତା ଓ ଉତ୍ସାହର ମଧ୍ୟ ଅଦ୍ଭୁତ ଉଦାହରଣ ହେଇଥିଲା ।