csstore

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦୀର୍ଘ ତିରିଶ ବର୍ଷରୁ ଅଧିକ ସମୟ ଧରି ଟିଟିଲାଗଡ଼ ଅଞ୍ଚଳବାସୀ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବି କରି ଆସୁଛନ୍ତି । ପୂର୍ବ ସରକାରଙ୍କୁ ଏହି ଦାବି କରି କରି କିଛି ସୁଫଳ ମିଳି ପାରି ନଥିଲା, କିନ୍ତୁ ବର୍ଷ ବର୍ଷର ଅପେକ୍ଷା ପରେ ଯେତେବେଳେ ରାଜ୍ୟରେ ନୂଆ ସରକାର ଆସିଛି, ଅଂଚଳବାସୀଙ୍କ ମନରେ ଅଶା ଦେଖା ଦେଇଛି । ତେବେ ନୂତନ ସରକାର ଆସିବା ପରେ ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା କିପରି କରିବେ ? ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀଙ୍କ ନିକଟକୁ ଏହି ବାର୍ତ୍ତା ଯିବ କିପରି ? ସେ ନେଇ ରବିବାର ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆବାହକ ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଓକିଲ ସଂଘ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସଙ୍ଗଠନ, ଅନୁଷ୍ଠାନ, ରାଜନୈତିକ ଦଳର ସଦସ୍ୟ ମାନଙ୍କ ମତ ନିଆଯାଇଥିଲା ଯେ ଟିଟିଲାଗଡ଼ ଜିଲ୍ଲା ଦାବି ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରାଯିବ ବୋଲି ? ଏ ସମ୍ବନ୍ଧରେ ଦୁର୍ଗା ପୂଜା ପରେ ହେଉ କି ଦୀପାବଳୀ ପରେ ହେଉ ଏକ ପ୍ରତିନିଧି ମଣ୍ଡଳ ଯାଇ ପ୍ରଥମେ ମୁଖ୍ୟମନ୍ତ୍ରୀ ପରେ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟି ଆମ ଦାବି ବିଷୟରେ ଅବଗତ କରାଇ ତାଙ୍କୁ ଏ ସମ୍ପର୍କରେ ଜଣାଇବା ବୋଲି ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଧାୟକ, ପୌର ପରିଷଦର ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସଂଯୁକ୍ତା ନାଏକ, ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ, ପୂର୍ବତନ ନଗରପାଳ ସନ୍ତୋଷ ପ୍ରଧାନ, ଭବାନୀ ପ୍ରସାଦ ହୋତା,ସମାଜ କଲ୍ୟାଣର ପରିଷଦର ସଭାପତି ପ୍ରମୋଦ ସରାଫ, ସମ୍ପାଦକ ପ୍ରକାଶ ସରାଫ, କଂଗ୍ରେସ ନେତା ବିରେନ୍ଦ୍ର ବାଗ, ବିଜୁ ଜନତା ଦଳର ନଗର ସଭାପତି ରଣଜିତ୍ ପୃଷ୍ଟି, ବିଜେଡି ନେତା ଅରୁଣ ମିଶ୍ର, ନାରୀ ନେତ୍ରୀ ଅଞ୍ଜଳି ବେହେରା, ଟିଟିଲାଗଡ଼ ବିକାଶ ସେନାର ସଭାପତି ଅମ୍ଳାନ ଷଡ଼ଙ୍ଗୀ, ବିଜେପି କାଉନସିଲର ସୁନିଲ ଆଚାର୍ୟ୍ୟ, ପୂର୍ବତନ ସରପଞ୍ଚ ହରି ନାରାୟଣ ମିଶ୍ର, କୃଷକ ନେତା ବାଳକୃଷ୍ଣ ସାଣ୍ଢ, ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହରି ନାରାୟଣ ବହିଦାର, ଜିଲ୍ଲା ପ୍ରେମି ବାପି ଡେଭିଡ, କରଣ ସମାଜର ସନ୍ତୋଷ ମହାନ୍ତି, ଲାୟନ୍ସ କ୍ଲବର ଆବାସ ଖାଁ, ମନିସ ଗୁପ୍ତା, ସଞ୍ଜୟ ନାୟକ, ଶୁଣ୍ଡି ସମାଜର ସଭାପତି ବିଶି କେସନ ବେହେରା, ମୁସଲିମ ସମାଜର ଗୁଡୁ ଖାଁ, ତୋଷିଫ ଖାଁଓ , ଅଜମଲ ଅସରଫି, ଅନ୍ୟାନ୍ୟ ସଦସ୍ୟ, ଯୁବ ନେତା ସଞ୍ଜୟ ତ୍ରିପାଠୀ, ରୋଟାରୀ କ୍ଲବ ର ମହେଶ ଇନ୍ଦୋରିଆ, ଓକିଲ ସଂଘ ସଂପାଦକ ମହେଶ ମହାନ୍ତି, ଓକିଲ ଦେବେନ୍ଦ୍ର ମିଶ୍ର, ଆଲୋକ ନାୟକ,ଚ୍ୟ।ମ୍ବର୍ ଅଫ କମର୍ସର ସଭାପତି ଈଶ୍ୱର ଜୈନ, ମାରୱାଡ଼ି ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ସରୋଜା ଅଗ୍ରୱାଲ, ସଦସ୍ୟ ଲଳିତା ଲାଠ, ପ୍ରକୃତି ରକ୍ଷା ସେବା ସମିତିର ସାରଦା ରାଓ, ସମାଜସେବୀ ବିଜୟ ମେହେର, ଯାଦବ ସମାଜର ଘିନୁ ଆଡଯୁଆଡ, କୁନା ଭାଟି, କବି ଟିକେଲାଲ ବେହେରା, ନୀଳମଣି ସାହୁ,ମୁରିବାହାଲ ଓକିଲ ସଂଘ ସଭାପତି, ବ୍ରାହ୍ମଣ ସମାଜର ସମ୍ପାଦକ ସତ୍ୟବ୍ରତ ପଣ୍ଡା ଓ ଅନ୍ୟାନ୍ୟ ବିଭିନ୍ନ ସମାଜର ସଭାପତି ଓ ସଦସ୍ୟ ମାନେ ଉପସ୍ଥିତ ଥିଲ

jayashree
Leave A Reply

Your email address will not be published.