pakka

ବୌଦ୍ଧ ମହାନଦୀ ବ୍ରିଜ ଛକରେ ଜଳିଗଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ୯ ତୀର୍ଥଯାତ୍ରୀ

bbehera

ବୌଦ୍ଧ : ପୁରୀରୁ ମହାରାଷ୍ଟ୍ରକୁ ଫେରୁଥିବା ଏକ ବୋଲେରୋ ଗାଡି ବୌଦ୍ଧ ମହାନଦୀ ବ୍ରିଜ ଛକଠାରେ ହଠାତ୍‌ ଜଳି ଯିବା ଯୋଗୁଁ ଗାଡିରେ ଥିବା ୯ ଜଣ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ, ମହାରାଷ୍ଟ୍ରର ୯ ଜଣ ତୀର୍ଥଯାତ୍ରୀ ପୁରୀରୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ମହାରାଷ୍ଟ୍ର ଫେରୁଥିବା ସମୟରେ ବୌଦ୍ଧ ମହାନଦୀ ବ୍ରିଜ ଛକଠାରେ ହଠାତ୍‌ ଗାଡିରେ ନିଆଁ ଲାଗି ଯାଇଥିଲା । ଯାତ୍ରୀମାନେ ଗାଡିରୁ ଓହ୍ଲାଇ ନିଜର ଜୀବନ ବଞ୍ଚାଇଥିବା ବେଳେ ଗାଡିଟି ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ବୌଦ୍ଧ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିବା ବେଳେ ଯାତ୍ରୀମାନେ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଠିଛି । ତେବେ ଗାଡିରେ ଅଗ୍ନିକାଣ୍ଡର କାରଣ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.

four × 1 =