pakka

କବିତା – ମୁଇଁ ରେଣ୍ଡୋ କହୁଛେଁ

  • କୌତୁକ ପନ୍ଦର

ଝିଁକାର୍‌ ମାରୁଥିଲା,
ଖାଲି ଚେରେ ଚିରଙ୍ଗୁଲ୍‌କେ ଛାଡ଼ି
ଚାରିକୁତି ଡଙ୍ଗର୍‌, ପରବତ୍‌, ଝାର୍‌, ଝର୍‌ନା
ପତ୍‌ରାମାରି କୁରିଆ କନୁ
କାଙ୍ଗ୍‌, କୁଶ୍‌ଲା, ବିରି, କୁଲୁଥ୍‌, ମଡ଼ିଆ ରୁଇଲୁଁ ।

ଟୁରି ଆର୍‌ ରାଏ ସୁର୍‌ଶୋ
ତିଲ୍‌, ମେକା, ରାଏସ୍‌ କେତ୍‌ନିକେତେ
ବୁଗ୍‌ବୁଗାନୁ ଆଁକ୍‌ରୁଥିଲା ପିଲ୍‌
ବଡ଼ା ଗହକି ଲାଗୁଥିଲା,
ମନ୍‌ ନର୍‌ଦି ଡେ଼ଗି ନାଚୁଥିଲା ଢାପ୍‌ ଆର୍‌ ମାନ୍ଦଲ୍‌ ଲେଖେଁ,
ଛାତି ଭିତ୍‌ରେ ଖଲ୍‌ଖଲଉଥିଲା ବର୍‌ଡ଼ା ଯୋରର୍‌ ପାଏନ୍‌
ମନ୍‌ ଭିତ୍‌ରେ ମୁଡେ଼ ଲେଖାଁ ସିନ୍ଦୁର
ଡଙ୍ଗରର୍‌ ସପନ୍‌, ମସାବାଲିର୍‌ ମେଘ ।

ପୁଇଝିର୍‌ର ସୁର୍‌ଶୋ ଫୁଲ୍‌ର ବାସ୍‌,
କୁଡ଼୍‌ତେଲ୍‌ର ଭମ୍‌ରା କିର୍‌ହାର୍‌ ରୁଁ….
ଆର୍‌ ଟୁଡାପରାର ବୁଏଡ଼୍‌ ।

ଲୁବେନ୍‌ଗଡ଼ର କନ୍‌କନି ଜାଡେ଼
ମୁଇଁ ବି ଅଁତ୍‌ରା ତାପୁଥିନି
ଶିଶୋକାଠର୍‌ ଜୁଏ,
ସାଙ୍ଗେ ଆୟା ଆର୍‌ ଆବ୍‌ବା ।

ଥୁର୍‌ଥୁରି ଜାଡ୍‌କେ
ଗୁରାମାନ୍‌କେ ଖେଦ୍‌ଲା ଲେଖେଁ ଖେଦୁଥିଲେ
ଆମର ଲଲୋପିଲା, ମାଇଛେଲ୍‌ ଆର୍‌ କବ୍‌ରା କୁତା
ମୋର ଅଁଶର୍‌ ବଁଶର୍‌ ।

ସୁର୍‌ଶୋ ଗଛେ ଓସ୍‌ ପାଏନ୍‌ ଲେଖେଁ
ନିଝ୍‌ରି ଯଉଥିଲା ଜୀବନ୍‌
ମହୁଲ୍‌ ଲେଖେଁ ଥପୋ ଥପୋ
ଥିପୁଥିଲା ପରାନ୍‌ର ଧୁକ୍‌ଧୁକି ।

କେତ୍‌ନିକେତେ ରୁପ, ରାମି, ହରଲ୍‌…
ଉଡ଼ୁଥିଲେ ଗିଦ୍‌ଗିଦା ତେଲ୍‌
ବିନ୍ଧି ଦଉଥିଲିଁ ଶର୍‌ ଯେ
ଭୁଗ୍‌ଲେ ଲେଖେଁ….
ମନ୍‌ ଆର୍‌ ମୋର୍‌ ହେଇକରି ନେଇଁ ଥେଇ ।

ବାଢୁନ୍‌ ଗଛ, ରେଙ୍ଗାଲ୍‌ ପତର୍‌,
ସିଆଲପଟ୍‌ ଡାକୁଥିଲେ ହାତ୍‌ ଲମେଇ,
କର୍‌ଲି, କନ୍ଦା, ମହୁଲ ଖୁର୍‌ସା ଯାହାକେ ଯେତେ ।

ଶିକାର୍‌ କର୍‌ବାର୍‌ଟା ତ’
ମୋର୍‌ ଧନୁଶରର୍‌ ଟିପିନେ ଥିଲା
ଖାଲି ବର୍‌କସେ ଘିଚି କରି ଛାଡ଼ିଦେଲେ ହେଲା ।

ମୋର୍‌ ଲୋକବାକ୍‌ ସାଙ୍ଗେ ମୁଇଁବି
ଗୁଟେ ଚେରେ ଥିନି ଯେନ୍ତା
ନୁରିଖୁଜି ଖ’ ଆର୍‌ ଧୁକାବାଗିର୍‌ କିନ୍ଦ୍‌ରୁ ଥ’ ।

କାହିଁ ଆଏଲ ହୋ’ ତମେ ପର୍‌ଦେଶୀ,
ପୂର୍‌ବା ପୁର୍‌ଷାର୍‌ ମାଏଟ୍‌କେ
ବୋଟ୍‌ ଲଗେଇ ଦଲ୍‌ପଟେଇ ଦେଲ’
ମୋର୍‌ ଧର୍‌ନି, ପୂର୍‌ବା ପୁର୍‌ଷାର୍‌ ଦେ’ ଦେବତା,
ପିଦର୍‌ ଆର୍‌ ଡୁମାକେ ନାକ୍‌ ଟେକ୍‌୍‌ଲ
ଏନ୍‌ତା ରକମ୍‌ କଲ’ ଯେ
ଅକ୍‌ତାବଢା ରେଙ୍ଗାଲ୍‌ ପତର୍‌ ବି ସାତ୍‌ ସପନ୍‌ ହେଲା
ସତେ ଯେନ୍‌ତା ମୁଇଁ ଆର୍‌ ମୋର୍‌ ଲୋକ୍‌
ତମର୍‌ ଆଶ୍‌ରା ନେ ଅଛୁଁ
ବିଡ଼ାବାରୁ, ଉର୍‌ଲାଦାନୀକେ ଜୁଗିଛୁଁ
ତମେ ଦୁକାନ୍‌ଦାର୍‌
ଆର୍‌ ଆମେ ତମର ଜିନିଷ୍‌
ଖାଲି ଇ’ ହାତ୍‌ନୁ ସେ ହାତ୍‌ କେ ଲଁହକୁଛୁଁ ।

ନେଇଁ ସହି ମୁଇଁ,
ଟଟିଁ ଫଟେଇ ରଡ୍‌ଲିଁ ।
ହେତ୍‌କେ ତ’
ହାତେ ଶିକ୍‌ଲି, ଗୁଡେ ଶିକ୍‌ଲି, ଆର୍‌ ବେଁକେ ବ
ଶେଷ୍‌କେ ତମର୍‌ ନଲି ଫୁଟେଇ
ପୁଇନ୍‌ ଅର୍‌ଜିଲ’
ଇ’ଟା ଠିକ୍‌ ନେଇଁ କଲ’ ।

ଆଗ୍‌କେ ଦେଖ’
ଆର୍‌ ବି ଅଛନ୍‌,
ଦେଖ’ ଦେଖ’
ଟୁଡ଼ା ପାଏନ୍‌ ବାଗିର୍‌ ଟାଡ଼ି ନେବେ
ଲିହିବିହି ହେଇ କେଚ୍‌କେଚା ହେବ
ଉହୁଲି ଯଉଥିବାର ମୂଷା ଲେଖେଁ ।

ଶୁନରେ ମୋର୍‌ ନାତିନାତେନ୍‌
ଶୁନ୍‌ରେ ମୋର୍‌ ଭାଏ ବହେନ୍‌,
ପର୍‌ଦେଶୀ ଆଏଜ୍‌ ବି ମୋର୍‌ ଲୋକବାକ୍‌କେ
ଘାଁଟି ମାରୁଛେ
ନଲି ଧରିି ଲାଛ୍‌ମି ବଲୁଛେ,
ଚିଙ୍ଗ୍‌ରି ପକେଇ ସଉଲ୍‌ ଘିଚୁଛେ
ପୁର୍‌ଷା ପୁର୍‌ଷାର୍‌ ଡଙ୍ଗର୍‌କେ
ଛାଡ଼୍‌… ଛାଡ଼୍‌… ବଲି ହାକୁଛେ
ଦେ’ ଦେବତାର ଉଲ୍‌ଗନ୍‌ ଛିନା
ନୂଆଁଖାଇ, ପୁଷ୍‌ପୁନି, ସେମିଯାତ୍‌ରାକେ
ଛି…ଛି… କରୁଛେ
ମୋର୍‌ ରକତ୍‌ ତମର୍‌ ଦିହିଁନେ ବୁହୁଛେ ବଏଲେ,
ଡୁମା ଉତ୍‌ରିଛେଁ ବଏଲେ
ଚାଲ’ ମେରର୍‌ ବାଟେ ଛାଟେ ଛାଟ୍‌
ମୁଇଁ ଯେନ୍‌ ବାଟ୍‌ ଦେଖେଇଛେଁ
ମୁଇ ରେଣ୍ଡୋ କହୁଛେଁ, ମୁଇଁ ରେଣ୍ଡୋ କହୁଛେଁ । ।

  • ଉପରନୂଆଗାଁ, ମାଣିକେରା, କଳାହାଣ୍ଡି
2 Comments
  1. ଗୋପୀନାଥ ଦଣ୍ଡସେନା says

    ବହୁତ୍ ବଢିଆ ଲାଗିଲା କବିତା
    ଧନ୍ୟବାଦ କବିକୁ

    1. Koshala Prabaha says

      thanks

Leave A Reply

Your email address will not be published.

7 + ten =