pakka

ଯୁକ୍ତ ଦୁଇ ଫର୍ମ ପୂରଣ ପାଇଁ ପୁଣି ସୁଯୋଗ

bbehera

ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ କରି ନ ଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ସୁଯୋଗ ଦିଆଯାଇଛି । ଯେଉଁମାନେ ଏବେ ସୁଦ୍ଧା ଫର୍ମ ପୂରଣ କରି ନାହାନ୍ତି ସେମାନେ ଆସନ୍ତା ୧୨ରୁ ୧୭ ତାରିଖ ମଧ୍ୟରେ ଫର୍ମ ପୂରଣ କରିବା ସହିତ ୧୯ ଓ ୨୦ ତାରିଖରେ ଏସ୍‌ବି କଲେକ୍ଟ ମାଧ୍ୟମରେ ଫି ଦାଖଲ କରି ପାରିବେ । ଏଥିପାଇଁ ପ୍ରାର୍ଥୀ ୪୫୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ କରେସ୍‌ପଣ୍ଡେନ୍ସ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ନଭେମ୍ବର ୪ରେ ଜାରି ହୋଇଥିବା ଗାଡ୍‌ଲାଇନ୍‌ ଅନୁଯାୟୀ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କୁହାଯାଇଛି ।

Leave A Reply

Your email address will not be published.

1 + thirteen =