om academy

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ୮ ଗୋଟି ଟୀକାକରଣ କେନ୍ଦ୍ରରେ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ

jsm

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ହିତାଧିକାରୀ, ଯେଉଁମାନେ ପ୍ରଥମ ଡୋଜ ଟୀକା ନେବାର ୮୪ ଦିନ ସମ୍ପୂର୍ଣ୍ଣ ହୋଇସାରିଥିବ, ତଥା ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ ହିତାଧିକାରୀଙ୍କୁ ତା ୧୯/୦୫/୨୧ ରୁ ତା ୨୧/୦୫/୨୧ ପର୍ୟ୍ୟନ୍ତ ଜିଲ୍ଲାର ବିଭିନ୍ନ ୯ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ଟୀକାପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ତା ୧୯/୦୫/୨୧ ଓ ୨୦/୦୫/୨୧ରେ ଚକ୍ଷୁ ଚିକିତ୍ସା କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତରଭା-ସିଏଚସି, ବନ୍ୟା ଆଶ୍ରୟସ୍ଥଳି ମୁଁଡୋଘାଟ, ଉଲୁଣ୍ଡା-ସିଏଚସି, ରାମପୁର-ପିଏଚସି, ଏମସିଏଚ ବିଲଡିଂ-ଡୁଙ୍ଗୁରିପାଲି ସିଏଚସିରେ ଟୀକାକରଣ ଅନୁଷ୍ଠିତ ହେବାକୁ ଥିବାବେଳେ ତା ୧୯/୦୫/୨୧ ରୁ ତା ୨୧/୦୫/୨୧ ପର୍ୟ୍ୟନ୍ତ ତିନି ଦିନ ବୀରମହାରାଜପୁର-ଏସଡିଏଚ, ବିନିକା -ସିଏଚସି, ଓ ନାଇକେନପାଲି-ସିଏଚସି, ଟୀକାକେନ୍ଦ୍ରରେ ଟୀକାକରଣ ଚାଲୁରହିବ । ଉକ୍ତ ଦିନ ଗୁଡିକରେ ଟୀକାର ତତ୍କାଳ ମହଜୁଦକୁ ଦୃଷ୍ଟିରେ ରଖି ସକାଳ ୮ ଘଣ୍ଟା ରୁ ୯ ଘଣ୍ଟା ମଧ୍ୟରେ ୪୫ ବର୍ଷରୁ ଉର୍ଦ୍ଧଙ୍କୁ ପ୍ରଥମ ଡୋଜ ଟୀକାକରଣ ପାଇଁ ଟୀକାକେନ୍ଦ୍ର ଠାରେ ବ୍ୟକ୍ତିଗତ ଟୋକନ ପ୍ରଦାନ କରାଯିବ, ଯେଉଁମାନେ ଟୋକନସଂଗ୍ରହ କରିଥିବେ ସେମାନେ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ସକାଳ ୮ ରୁ ଅପରାହ୍ନ ୧୨ ଘଂ ଓ ଅପରାହ୍ନ ୩ ରୁ ସନ୍ଧ୍ୟା ୬ ଘଣ୍ଟା ପର୍ୟ୍ୟନ୍ତ ଚାଲୁ ରହିବ ।

Leave A Reply

Your email address will not be published.