om academy

ଅସହାୟଙ୍କୁ ସାହା ହେଲେ ଆସିକା ବିଧାୟକ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାନନୀୟା ଆସିକା ବିଧାୟୀକ ଶ୍ରୀମତୀ ମଞ୍ଜୁଳା ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଏବଂ ଗଞ୍ଜାମ ଜୋନ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଆସିକାର ବିଭିନ୍ନ ସ୍ଥାନରେ ଅସହାୟ, ଗରୀବ ଓ ମାନସିକ ବିକୃତ ବ୍ୟକ୍ତିମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । କୋରନାର ଦ୍ୱିତୀୟ ଲହର ସମୟରେ ସମ୍ପୁର୍ଣ୍ଣ ରୂପରେ ଜନଜୀବନ ବିପର୍ୟ୍ୟସ୍ତ ହୋଇ ପଡିଥିବା ବେଳେ ଅସହାୟ ଗରୀବ ମାନଙ୍କ ପାଇଁ ଖାଦ୍ୟପେୟର ଚିନ୍ତା ବୋଝ ଉପରେ ଲଳିତା ବିଡା ସଦୃଶ ଅଟେ । ସେମାନେ ନିରୂପାୟ ହୋଇ ପେଟଚାଖଣ୍ଡକ ପୁରାଇବା ନିମନ୍ତେ ପ୍ରତିଦିନ ଅପେକ୍ଷା କରିଥାନ୍ତି । କିଛି ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିମନ୍ତେ । ଉକ୍ତ ସମୟରେ ଆସିକା ବିଧାୟିକ ମଞ୍ଜୁଳା ସ୍ୱାଇଁ ଏହି ଅସହାୟ ଓ ମାନସିକ ବିକୃତ ବ୍ୟକ୍ତିମାନଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି । ବିଜୁ ପଟ୍ଟନାୟକ ଛକ, ବସଷ୍ଟେଣ୍ଡ, କୋର୍ଟ ଅଞ୍ଚଳ, ମେଡିକାଲ୍ ଓ ବିଭିନ୍ନ ଜାଗାରେ ଗରିବ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ଏହାସାଂଗକୁ କୋରନା ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଉଛି । ଏହି ସମୟରେ ବିଜେଡି ଗଞ୍ଜାମ ଜୋନ୍ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ନେତା ଦିଲିପ କୁମାର ପାଣିଗ୍ରାହୀ, କୋକୋ ରାମ ଜେନା, ଶିବଶଙ୍କର ମହାନ୍ତି, ଯୁବ ବିଜେଡି ନେତା ଶିବ ନାହାକ, ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ତଥା ସଂଗଠକ ମନୋଜ ଦୋରା, ଯୁବ ସଂଗଠକ ଭଗବାନ ସାହୁ, ଜିତେନ୍ଦ୍ର ମହାରଣା ସମେତ ବହୁ ଛାତ୍ରନେତା ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.