om academy

ମିଟର ରିଡର ମାନଙ୍କ ଜରୁରୀ ବୈଠକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଗ୍ରୀଡ଼ ସବ ଷ୍ଟେସନ ପରିସରରେ ମଙ୍ଗଳବାର, ଝାରବନ୍ଧ ଓ ପାଇକମାଲରେ କାର୍ଯ୍ୟରତ ମିଟର ରିଡର ମାନଙ୍କ ଏକ ଜରୁରୀ ବୈଠକ ଅନଷ୍ଠିତ ହୋଇଯାଇଛି । ବର୍ତ୍ତମାନ କରୋନା କଟକଣା ଥିବାରୁ ଗାଁ ଗାଁ ଯାଇ ଘର ଘର ବୁଲି ମିଟର ରିଡିଂ ନେବା ସମ୍ଭବ ନୁହେଁ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏପଟେ ଠିକା ନେଇ ଥିବା ସାଇକମ୍ପୁଟର ଗାଁ ଗାଁ ଯାଇ ଘର ଘର ବୁଲି ମିଟର ରିଡିଂ ନେବା ପାଇଁ ବାଧ୍ୟ କରୁଥିବା, କାହାରିକୁ ପରିଚୟ ପତ୍ର ଏ ଯାଏ ଦେଇ ନ ଥିବା, କୌଣସି କର୍ମଚାରୀ ମାନଙ୍କୁ ତିନି ମାସର ଦରମା ଦେଇ ନ ଥିବା, ସର୍ବୋପରି କାହାକୁ ଯଦି କରୋନା ହୋଇ ଯାଏ ଠିକା ସଂସ୍ଥା କୌଣସି ସାହାଯ୍ୟ ନ ଦେବା ନେଇ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା । ସବିଶେଷ ଆଲୋଚନା ପରେ ଚଳିତ ମାସ କରୋନା ଯୋଗୁଁ ମିଟର ରିଡିଂ ନିଆ ଯିବ ନାହିଁ ବୋଲି ପ୍ରସ୍ତାବ କରାଗଲା, ଏଥିରେ ଯୋଗଦେଇ ଥିବା ବାର ଜଣ ମିଟର ରିଡରଙ୍କ ସହିତ ସୁପରଭାଇଜର ହୃଷିକେଶ ବରିହା ମଧ୍ୟ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.