pakka

୩ରୁ ୮ ତାରିଖ ପର୍ୟ୍ୟନ୍ତ ଜିଲ୍ଲାର ୨୮ଟି ଟୀକାକରଣ କେନ୍ଦ୍ରରେ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ଟୀକାକରଣ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୮୪ଦିନ ସମ୍ପୂର୍ଣ୍ଣ ହୋଇ ସାରିଥିବ ସେହି ହିତାଧିକାରୀଙ୍କୁ ତା ୦୩/୦୬/୨୧ରୁ ତା ୦୮/୦୬/୨୧ପର୍ଯ୍ୟନ୍ତ (ତା ୦୬/୦୬/୨୧ବ୍ୟତୀତ ) ୫ଦିନ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଅନ୍ତର୍ଗତ ବ୍ୟବସ୍ଥିତ ୨୮ ଗୋଟି ଟୀକାକେନ୍ଦ୍ରରେ ଟୀକାପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ତା୦୩/୦୬/୨୧ଓ ତା ୦୪/୦୬/୨୧ରେ(୧୮ ଗୋଟି କେନ୍ଦ୍ରରେ) ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ସହ ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ କାର୍ଯ୍ୟାଳୟ, ବୁଠିପଦର ସ୍କୁଲ, ଡୁଲେଶ୍ୱର ସ୍କୁଲ, ଉଲୁଣ୍ଡା ବ୍ଲକର କୋଟସମଲେଇ ପିଏଚସି, ଖେମାଲୋଇ ଉପକେନ୍ଦ୍ର, କାଦୋଦର ଜି ପି କାର୍ଯ୍ୟାଳୟ, ନିମନା ପଞ୍ଚାୟତ କାର୍ଯ୍ୟାଳୟ, ବିନିକା ବ୍ଲକର ବାଙ୍କୀଗୀରିଡି ପିଏଚସି, ଜୁଲୁଣ୍ଡା ଏସସି, ସିନ୍ଦୁରପୁର ଏଡବ୍ଲୁସି, ତରଭା ବ୍ଲକର ମରାଡ଼ୁଗୋଚ୍ଛା ନୋଡାଲ ୟୁପି ସ୍କୁଲ, ଦେଓଲପଦର ୟୁଜିଏମଇ ସ୍କୁଲ, ସୋନପୁର ବ୍ଲକର ଜନମୁରା ଏଡବ୍ଲୁସି, ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବେହେରାମାଲ ପିଏଚସି ଓ ଗଜବନ୍ଧ ଉପକେନ୍ଦ୍ରରେ ଟୀକାକରଣ ଚାଲୁରହିବ । ସେହିପରି ଜିଲ୍ଲାର ୭ଟି କେନ୍ଦ୍ରରେ ତା ୦୩/୦୬/୨୧ ରେ ଯଥା ତରଭା ବ୍ଲକର ବ୍ରାହ୍ମଣୀପାଲି ୟୁପିସ୍କୁଲ, ସୋନପୁର ବ୍ଲକର ବାଲପୁର ୟୁପି ସ୍କୁଲ, ବସଲାଟ ୟୁପି ସ୍କୁଲ, ଡୁଙ୍ଗୁରିପାଲି ବ୍ଲକର ରାମପୁର ପିଏଚସି, ଭୀମଟିକିରା ପିଏଚସି, ଶୁଖା ପିଏଚସି ଓ କର୍ଲାଯୁରି ରାଜୀବ ଭବନ ଟୀକାକରଣ କେନ୍ଦ୍ରରେ ଟୀକା ପ୍ରଦାନ କରାଯିବାକୁ ଥିବାବେଳେ ତା ୦୪/୦୬/୨୧ରେ ଜିଲ୍ଲାର ୩ଟି କେନ୍ଦ୍ର ସୋନପୁର ବ୍ଲକର ସାଗରପାଲି ଏଡବ୍ଲୁସି, ଡୁଙ୍ଗୁରିପାଲି ବ୍ଲକର ଖୁଣ୍ଟପାଲି ପ୍ରାଥମିକ ବିଦ୍ୟାଳୟ ଓ ଇଚ୍ଛାପୁର ଉପକେନ୍ଦ୍ରରେ ଟୀକାପ୍ରଦାନ କରାଯିବ । ତା ୦୩/୦୬/୨୧ରୁ ତା ୦୫/୦୬/୨୧ ତିନି ଦିନ ପାଇଁ ବିନିକା ସିଏଚସି ଠାରେ ଟୀକାକରଣ ହେବାକୁ ଥିବାବେଳେ ତା୦୩/୦୬/୨୧ଠାରୁ ତା ୦୮/୦୬/୨୧ପର୍ଯ୍ୟନ୍ତ (ତା ୦୬/୦୬/୨୧ବ୍ୟତୀତ) ୫ଦିନ ସୁବର୍ଣ୍ଣପୁର ଚକ୍ଷୁ ଚିକିତ୍ସାକେନ୍ଦ୍ର ମୁଖ୍ୟ ଚିକିତ୍ସାଳୟ ଟୀକା କେନ୍ଦ୍ରରେ ଟୀକାକରଣ ଚାଲୁରହିବ । ଉକ୍ତ ଦିନ ଗୁଡିକରେ ଟୀକାର ତତ୍କାଳ ମହଜୁଦକୁ ଦୃଷ୍ଟିରେ ରଖି ସକାଳ ୮ ଘଣ୍ଟା ରୁ ୯ଘଣ୍ଟା ମଧ୍ୟରେ ୪୫ ବର୍ଷରୁ ଉର୍ଦ୍ଧଙ୍କୁ ପ୍ରଥମ ଡୋଜ ଟୀକାକରଣ ପାଇଁ ଓ ଯୋଗ୍ୟ ହିତାଧିକାରୀଙ୍କୁ ଦ୍ଵିତୀୟ ଡୋଜ ଟୀକାକରଣ ନିମନ୍ତେ ଟୀକାକେନ୍ଦ୍ରଠାରେ ବ୍ୟକ୍ତିଗତ ଟୋକନ ପ୍ରଦାନ କରାଯିବ, ଯେଉଁମାନେ ଟୋକନସଂଗ୍ରହ କରିଥିବେ ସେମାନେ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ସକାଳ ୦୮ ରୁ ଅପରାହ୍ନ ୧୨ ଘଂ ଓ ଅପରାହ୍ନ ୦୩ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ ।

jay balangir
Leave A Reply

Your email address will not be published.

seven − 7 =

error: Content is protected !!