pakka

ଗତ ୨୪ ଘଂଟାରେ ୮୮୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୧୨୩୫

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୮୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୮୫୪୨୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮୯୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୧୪, ବାଲେଶ୍ୱରରୁ ୩୯୫, ବରଗଡ଼ରୁ ୧୯୩, ଭଦ୍ରକରୁ ୪୧୯, ବଲାଙ୍ଗିରରୁ ୮୯, ବୌଦ୍ଧରୁ ୧୭୯, କଟକରୁ ୭୬୯, ଦେବଗଡ଼ରୁ ୮୪, ଢେ଼ଙ୍କାନାଳରୁ ୫୧୦, ଗଜପତିରୁ ୫୨, ଗଂଜାମରୁ ୧୯୬, ଜଗତସିଂହପୁରରୁ ୩୧୭, ଯାଜପୁରରୁ ୪୯୩, ଝାରସୁଗୁଡ଼ାରୁ ୧୨୧, କଳାହାଣ୍ଡିରୁ ୧୪୫, କନ୍ଧମାଳରୁ ୫୮, କେନ୍ଦ୍ରାପଡ଼ାରୁ ୩୦୨, କେଉଁଝରରୁ ୧୮୮, ଖୋର୍ଦ୍ଧାରୁ ୧୨୩୫, କୋରାପୁଟରୁ ୯୯, ମାଲକାନଗିରିରୁ ୮୫, ମୟୁରଭଂଜରୁ ୫୮୩, ନବରଂଗପୁରରୁ ୧୨୯, ନୟାଗଡ଼ରୁ ୨୪୬, ନୂଆପଡ଼ାରୁ ୩୪, ପୁରୀରୁ ୪୩୮, ରାୟଗଡ଼ାରୁ ୨୧୬, ସମ୍ବଲପୁରରୁ ୧୯୪, ସୋନପୁରରୁ ୧୧୮, ସୁନ୍ଦରଗଡ଼ରୁ ୩୩୮ ଓ ଷ୍ଟେଟ ପୁଲ୍‌ରୁ ୨୦୦ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

3 × five =