ଡିସୌଜା ସ୍କୁଲରେ ଦ୍ୱିଦିବସୀୟ ଟୀକାକରଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀକ୍ଲବ ରାଉରକେଲା ସିଟି ଓ ସେକ୍ଟର ୨ସ୍ଥିତ ଡିସୌଜା ସ୍କୁଲର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପନ୍ଦରରୁ ଅଠର ବର୍ଷ ବର୍ଗଙ୍କ ମଧ୍ୟରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଏହି ଟୀକା ନେଇଥିଲେ । ଓମିକ୍ରନକୁ ଦୃଷ୍ଟିରେ ରଖି ରୋଟାରୀକ୍ଲବ ରାଉରକେଲା ସିଟି ଓ ରାଉରକେଲା ମହାନଗର ସ୍ୱତନ୍ତ୍ର ଟିମର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଗତକାଲି ନବମ, ଦଶମ ଓ ଆଜି ଏକାଦଶ, ଦ୍ୱାଦଶ ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀ ଏହି ଟୀକା ନେଇଥିଲେ । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ରୋଟାରୀଆନ ସର୍ବଶ୍ରୀ ଆଲେକଜାଣ୍ଡାର ଡିସୌଜା, ଆନାବେଲା ଡିସୌଜା, ରାଜେନ୍ଦ୍ର ପ୍ରସାଦ, ଗୀତା ଗୋୟେଲ, ଅଞ୍ଜନା ମୈତ୍ର, ଅର୍ଚ୍ଚନା ମହାନ୍ତି, ଜିତେନ୍ଦ୍ର ମହାନ୍ତି, ଅସ୍ମିତା ମହାନ୍ତି, ସୁଚିସ୍ମିତା ବିଶ୍ୱାସ, ସନ୍ଧ୍ୟାରାଣୀ ବରାଳ, ନିବେଦିତା ମିଶ୍ର, ନିରୁପମା ମିଶ୍ର, ପୁତୁଲ ରାହୁଲ, ପିଉ ଗୁହା, ଅସୀମା ମିଶ୍ର ବିଦ୍ୟାଳୟ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବରୀ ଦାସ, ମୋମିତା ବାନାର୍ଜୀ, କ୍ଷଣପ୍ରଭା ଦାସ, ନଫିସା ଅଲ୍ଲୀ, ସିଦ୍ଧେଶ୍ୱରୀ ଦାସ, କେ.ବରୁଆ, ଅନିଲ ସାହୁ, ବୈଜୟନ୍ତୀ, ଜଗମୋହନ ଓ ସ୍ୱାସ୍ଥ୍ୟକର୍ମୀ ଗୋପାଳ, ମୀନାକ୍ଷୀ ବାରିକ, ରଜନୀରାଣୀ ସ୍ୱାଇଁ, ସୁନମନ୍ତୀ କାଣ୍ଟା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.