pakka

ଆସନ୍ତା କାଲି ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ୩୯ଟି କେନ୍ଦ୍ରରେ ଟୀକାକରଣ

bbehera
  • ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ଉଲୁଣ୍ଡା, ବିନିକା ବୀରମହାରାଜପୁର, ଡୁଙ୍ଗୁରିପାଲି ଓ ସୋନପୁର ବ୍ଲକ ଅଞ୍ଚଳରେ ୩୮ଟି ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ୧୮ରୁ ଉର୍ଦ୍ଧ ବୟସର ହିତାଧିକାରୀଙ୍କ ସହ ଏଚ୍‌ସିଡବ୍ଲୁ /ଏଫ୍‌ଏଲଡବ୍ଲୁ ଏବଂ ୬୦ ବର୍ଷରୁ ଅଧିକଙ୍କୁ ପ୍ରିକସନ ଡୋଜ (କୋଭାସିଲଡ଼) ଟୀକାକରଣ କରାଯିବ । ସେହିପରି ଜିଲ୍ଲାର ୬ଟି ବ୍ଲକ ସହ ସୋନପୁର ମ୍ୟୁନିସିପାଲିଟିର ୩୯ଟି କେନ୍ଦ୍ରରେ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ (କୋଭାକ୍ସିନ) ଟୀକାକରଣ କରାଯିବ । ବ୍ୟବସ୍ଥିତ ସମସ୍ତ କେନ୍ଦ୍ରଗୁଡିକରେ ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇ ପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ୦୯-୦୦ରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନଗୁଡିକରେ ସକାଳ ୦୯ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟୀକାକରଣ ପାଇଁ ଅନ୍‌ଲାଇନ୍‌ https://selfregistration.cowin.gov.inରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇ ପାରିବେ । ଟୀକାକରଣ ନିମନ୍ତେ ରାତ୍ର ୦୮-୦୦ଘଂରୁ ପଞ୍ଜିକରଣ ପାଇଁ ସ୍ଲଟ ଖୋଲା ରହିବ ।

Leave A Reply

Your email address will not be published.

12 + 12 =