pakka

୨୦ ମିନିଟ୍ ପାଇଁ ପ୍ରତିଦିନ ଏହି କାମ କରନ୍ତୁ : ନିଜର ଇମ୍ୟୁନିଟି ପାୱାର ବଢ଼ାନ୍ତୁ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ, ନିଜକୁ ସୁରକ୍ଷିତ ରଖିବା ପାଇଁ ଘରେ ରହିବା, ମାସ୍କ ପିନ୍ଧିବା ଏବଂ ଏହିପରି ଖାଦ୍ୟକୁ ନିଜ ଖାଇବା ବେଳେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ, ଯାହା ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇ ପାରିବ ।

ବାସ୍ତବରେ, ଚିକିତ୍ସା ବିଶେଷଜ୍ଞମାନଙ୍କ ମତରେ ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଦୁର୍ବଳ ହୋଇଯାଏ । ଏପରି ପରିସ୍ଥିତିରେ ଦୈନନ୍ଦିନ ଯୋଗ ସହିତ ଖାଦ୍ୟ ଏବଂ ପାନୀୟର ବିଶେଷ ଯତ୍ନ ନେବା ଦରକାର । ଏହା ଫଳରେ ଥଣ୍ଡା କାଶ କିମ୍ବା ଅନ୍ୟ ସଂକ୍ରମଣରୁ ରକ୍ଷା ମିଳିଥାଏ । ପୁଣି ବର୍ତ୍ତମାନ ସମୟରେ କରୋନା ସଂକ୍ରମଣର ଦ୍ର୍ରୁତ ଗତି ଦୃଷ୍ଟିରେ ରଖି ଅଧିକ ଯତ୍ନବାନ ହେବା ଆବଶ୍ୟକ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ବିଭିନ୍ନ ଉପାୟ ଅନୁସରଣ କରିବା ବିଧେୟ ।

ଇମ୍ୟୁନିଟି ପାୱାର ବଢ଼ାଇବା ପାଇଁ ଲୋକମାନେ ବିଭିନ୍ନ ଉପାୟରେ ସପ୍ଲିମେଣ୍ଟ ଖାଇବା ମଧ୍ୟ ଆରମ୍ଭ କରନ୍ତି, ଯେଉଁଥିପାଇଁ ବିଶେଷ ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏହା ସହିତ ଏହି ସପ୍ଲିମେଣ୍ଟ ଗୁଡ଼ିକ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟାର ପ୍ରଭାବ ପକାଇଥାଏ । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ବିନା ଖର୍ଚ୍ଚରେ ପ୍ରତିଦିନ ମାତ୍ର ୨୦ ମିନିଟ୍ ବାହାର କରି ସହଜରେ ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଯାଇ ପାରିବ ।

ଦୈନିକ ୨୦ରୁ ୩୦ ମିନିଟ୍ ସୂର୍ଯ୍ୟକିରଣ ଗ୍ରହଣ କରିବା ଫଳରେ ଶରୀରେ ଇମ୍ୟୁନିଟି ପାୱାର ବଢ଼ିପାରିବ । ବାସ୍ତବରେ ଯେତେବେଳେ ଆମେ ଯେତେବେଳେ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିଥାଉ, ତାହା ଆମ ଶରୀରରେ ଗଚ୍ଛିତ କୋଲେଷ୍ଟ୍ରଲରୁ ଭିଟାମିନ୍-ଡ଼ି ତିଆରି କରିଥାଏ, ଯାହା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ । ଏହା ସହିତ, ମେଟାବୋଲିଜିମ୍ ତ୍ୱରାନ୍ୱିତ ହେବାକୁ ଲାଗେ ।

ଏକ ଅନୁସନ୍ଧାନ ଅନୁଯାୟୀ ଶରୀରରେ ଭିଟାମିନ୍-ଡି ଅଭାବ ହେତୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ । ଏହା ଫଳରେ ଉଦାସୀନତା, କର୍କଟ, ଗଣ୍ଠି ଯନ୍ତ୍ରଣା, ଆର୍ଥ୍ରାଇଟିସ୍ ଭଳି ଅନେକ ସମସ୍ୟା ଦେଖା ଦେଇଥାଏ ।

ସୂର୍ଯ୍ୟକିରଣ ବ୍ୟତୀତ ସ୍ୱତନ୍ତ୍ର କିଛି ଖାଦ୍ୟ ଖାଇ ଭିଟାମିନ୍-ଡ଼ିର ଅଭାବକୁ ମଧ୍ୟ ପୂରଣ କରିପାରିବ । ଅଥଚ ଏଥିପାଇଁ ଡ଼ାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।

Leave A Reply

Your email address will not be published.

3 × 4 =