ls

ସରକାରଙ୍କ ଅନ୍‌ଲକ୍‌ରେ ତିହାର ମାନୁଛନ୍ତି ଲୋକେ : କରୋନା କଟକଣାକୁ ଫୁଃ କରୁଛନ୍ତି ଅମାନିଆ

2020

ଦେଓଗାଁ, (ମନୀଷ କୁମାର ସାହୁ) : ତିନି ଚାରି ମାସ ପୂର୍ବରୁ ଦେଓଗାଁ ବ୍ଲକର କରୋନା ସଂଖ୍ୟା ୨ରୁ ୫ ମଧ୍ୟରେ ଥିଲା । ସେତେବେଳେ କଟକଣା ଦେଖି ସବୁଆଡେ ବ୍ୟାପି ଯାଇଥିବା ଭଳି ମନେ ହେଉଥିଲା । ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ସୂଚୀ ବିବରଣୀ ଉଲ୍ଲେଖ କରୁଥିଲେ । ଏବେ ପ୍ରତିଦିନ ଆକ୍ରାନ୍ତ ଚିହ୍ନଟ ହେବ ପରେ ମଧ୍ୟ କୌଣସି କଟକଣା ଦେଖିବାକୁ ମିଳୁ ନ ଥିବାରୁ କରୋନାକୁ ଖାତିର ନଥିବା ଭଳି ଲାଗୁଛି । କରୋନା ମହାମାରୀ ଆସିବା ପରେ ପ୍ରାୟ ୩ ମାସର ଲକଡାଉନ୍ ପରେ କରୋନା କଟକଣା ସହିତ ଖୋଲିଲା ଦୋକାନ ବଜାର । ସାମାଜିକ ଦୂରତା ବଜାୟ ରଖିବା ସହ ମାକ୍ସ ଲଗାଇବାକୁ ନିର୍ଦେଶ ହୋଇଥିଲା । ଲୋକେ କଟକଣାକୁ ନ ମାନିବାରୁ ଦୋକାନ ଗୁଡିକରେ ବିନା ମାକ୍ସରେ ସାମଗ୍ରୀ ମନା କରିବା ଭଳି ପଦକ୍ଷେପ ନିଆଯାଇଥିଲା । ହେଲେ ତାହାକୁ ମଧ୍ୟ ଗୁରୁତର ଦେଉନାହାନ୍ତି ଗ୍ରାମାଞ୍ଚଳରେ । ସାମାନ୍ୟ କିଛି ଦୋକାନ ସାମ୍ନାରେ ଛପା ଯାଇଛି ବିନା ମାକ୍ସରେ ସାମଗ୍ରୀ ମନା ବୋଲି ପ୍ରିଣ୍ଟ କରାଯାଇଥିବା କାଗଜ । ତାକୁ ଦେଖିଲେ ଲାଗୁଛି ଯେପରି ଖୁବ ସଚେତନ ଦୋକାନୀମାନେ । ହେଲେ ପ୍ରକୃତ କଥା କିନ୍ତୁ ପୁରା ଅଲଗା । ହେଲେ ଲେଖାରେ ରହି ଯାଇଛି ବିନା ମାକ୍ସ ସାମଗ୍ରୀ ମନା । ବିନା ମାକ୍ସରେ ଆସୁଥିବା ସାମଗ୍ରୀ କିଣିବାକୁ ଆସୁଥିବା ଗ୍ରାହକଙ୍କୁ ଫେରାଇ ବି ପାରୁନି ଦୋକାନୀ । କରୋନ ଡର ନାହିଁ କି ପୂର୍ବପରି ପୁଲିସ୍ ଡର ବି ନାହିଁ । ଏମିତିରେ ବାହ୍ୟ ରାଜ୍ୟରୁ ଆସିଥିବା ଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ବିନା ମାକ୍ସାରେ ବୁଲାବୁଲି କରୁଥିବାରୁ ଅଞ୍ଚଳର ଲୋକେ ଭୟଭୀତ ହେଉଥିବା ଦେଖିବାକୁ ମିଳିଛି । ଦେଓଗାଁ ବ୍ଲକରେ ଏପର୍ୟ୍ୟନ୍ତ ବହୁ କରୋନ ଆକ୍ରାନ୍ତ ଚିଂହଟ ହୋଇଥିବା ବେଳେ ଲୋକଙ୍କ ଭିତରେ ଚେତା ପଶୁନି । ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି କଡାକଡି ବ୍ୟବ‌ସ୍ଥା କରାଯିବା ବଦଳରେ ଅନଲକ୍ ୩, ୪, ୫ ହୋଇ ଚାଲିଲାଣି । ଯାହାଫଳରେ ଅଞ୍ଚଳରେ ଲୋକେ ତିହାର୍ ବୋଲି ଭାବି ସାଧାରଣ ଭାବେ ବୁଲାବୁଲି କରିବା ସହ ସହରକୁ ଯାଇ କିଣା ବିକାରେ ଲାଗି ପଡିଛନ୍ତି । ଲୋକଙ୍କ ମନରେ କରୋନା ଭଳି ମହାମାରୀକୁ ନେଇ ପୂର୍ବଭଳି କୌଣସି ପ୍ରକାରର ଭୟ ବା ଖାତିର ଦେଖିବାକୁ ମିଳୁନି । ଏଭଳି ଦୃଶ୍ୟ ଦେଖିଲେ ଲାଗୁଛି ଦେଓଗାଁ ବ୍ଲକରେ କରୋନା କଟକଣା ଫୁଃ ।

Leave A Reply

Your email address will not be published.