pakka

କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ର ବଛର୍‌କିଆ ତିହାର୍‌

bbehera

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବହିକୁ ସମ୍ମାନ ଓ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଜଣାଇ ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ର ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ସଭାରେ ଅନୁଷ୍ଠାନର ସଭାପତି ଦିଲିପ କୁମାର ପସାୟତ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଡେପୁଟି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ. ବିନୋଦ ବିହାରୀ ଜାଲ, ବିଶିଷ୍ଟ ଅତିଥି ଭାବେ ସ୍ତମ୍ଭକାର ଛାୟାକାନ୍ତ ଷଡଙ୍ଗୀ, ବିଶିଷ୍ଟ ଶିକ୍ଷାବିତ୍ ରାଜୀବ ଲୋଚନ ପାଢୀ, ଡ. ସଂଜୟ କୁମାର ମିଶ୍ର ଓ କୋସଲି ଭାଷା ଗବେଷକ ଗୁରୁଜୀ ଡ. ଦୋଳଗୋବିନ୍ଦ ବିଶି ପ୍ରମୁଖ ଯୋଗଦେଇ କୋସଲି ଭାସା ସାହିତ୍ୟର ଐତିହ୍ୟ ଓ ସଂପ୍ରତି ଏହାର ବିସ୍ତୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଚତୁର୍ଥ ସଂଖ୍ୟା ବାର୍ଷିକ କୋସଲି ସାହିତ୍ୟ ପତ୍ର ‘ଝାଁପି’ ଉନ୍ମୋଚିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ କୋସଲି ଗାଳ୍ପିକ ସଂଜୟ କୁମାର ମିଶ୍ରଙ୍କ ‘ରାଏତ ସରତା ତୁମର ସଂଗେ’, ଡ. ଗୋବର୍ଦ୍ଧନ ସାହୁଙ୍କ ‘ଆଲପ୍ସର ଇଫାଲେ ସେଫାଲେ’, ସେବକ ଚରଣ ଦାଶଙ୍କ ‘ଜେନ୍‌ ଚେରେର୍‌ ଗମନ୍‌ ଜେତେ’, ବ୍ରଜ ମୋହନ ମେହେରଙ୍କ ‘ବ୍ରଜ ବିଲାସ’, କବି ସୁଜିତ ସତପଥିଙ୍କ ‘ନୁରା’, ଆନଂଦ ଚଂଦ୍ର ସାହୁଙ୍କ ‘ଅଂଘେ ଉଁକିଆ’, ବିନୟ କୁମାର ଦାଶଙ୍କ ‘ଲହୁର ଲହ’, ଗଜାନନ ମିଶ୍ରଙ୍କ ‘ଅବଗି ନୁଆଁ’, ଭିକାରୀ ମିଶ୍ରଙ୍କ ‘ଖମନ’, ସୁସାନ୍ତ ବାଗଙ୍କ ‘ଏକ ତାରା ଜୁଲଜୁଲ’, ତରୁଣ ସିଂ ଦିପଙ୍କ ‘ସେନବାରି’ ଓ ଚତୁର୍ଭୁଜ ସାଆନ୍ତଙ୍କ ‘ଦଲଦଲି’କୁ ସ୍ରଷ୍ଟାଙ୍କ ସହ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ‘ଝାଁପି’ ସମ୍ମାନରେ ମଧୁସୂଦନ ଦାଶଙ୍କୁ, କଳାକାର ସମ୍ମାନରେ ନୀଳମଣି ସାହୁଙ୍କୁ, ସଂଗଠନ ସମ୍ମାନରେ ଜ୍ୟୋତି ପ୍ରକାଶ ଗଡତ୍ୟାଙ୍କୂ, ସ୍ୱର୍ଗତ ଅଶ୍ୱିନୀ କୁମାର ମହାନ୍ତିଙ୍କ ସ୍ମୃତିରେ ସେବା ସମ୍ମାନ ମହେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ, ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତିରେ ଶବ୍ଦଶ୍ରୀ ସମ୍ମାନ ନିଗମାନନ୍ଦ ଦାସଙ୍କୁ ଏବଂ ସ୍ୱର୍ଗତ ପ୍ରଶାନ୍ତ କୁମାର ନାୟକଙ୍କ ସ୍ମୃତିରେ କୋସଲି କଲମ ସମ୍ମାନ ଫାଲଗୁନି ରଣାଙ୍କୁ ପ୍ରଦାନ କରିବା ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଝାଁପି ପ୍ରଚ୍ଛଦପଟ ଚିତ୍ରର ଝିଅ ଦେବନ୍ତି ଭୋଇ ଏହି କ୍ରମରେ ସମ୍ମାନିତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଆନନ୍ଦ ଚନ୍ଦ୍ର ସାହୁ, ସୁସାନ୍ତ ବାଗ, ମଧୁସୂଦନ ଦାଶ, ସୁଜିତ ଶତପଥି, ବିନୟ କୁମାର ଦାଶ, ଜ୍ୟୋତି ପ୍ରକାଶ ଗଡତ୍ୟା, ସେବକ ଚରଣ ଦାଶ, ଟିକେଲାଲ ବେହେରା ଓ ଲାଲଚନ ବଗର୍ତ୍ତୀଙ୍କ ସଂଯୋଜନାରେ ଶତାଧିକ କବି କବିତା ପାଠ କରିଥିଲେ । ଏହି ପର୍ଯ୍ୟାୟରେ କବି ବୃନ୍ଦାବନ କୁମ୍ଭାରଙ୍କ ‘ଫୁଲମାଲ’ କବିତା ସଂକଳନ ଲୋକାର୍ପିତ ହୋଇଥିଲା । ସମିତିର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର ସଭା ପରିଚାଳନା କରିଥିଲେ ଏବଂ ଚିତ୍ତରଂଜନ ଚାନ୍ଦ, ପୁଲସ୍ତି ବେହେରା, ଦୁର୍ଗା ପ୍ରସାଦ ସାହୁ ତଥା ମୁରିବାହାଲ ଓ କଣ୍ଟାବାଞ୍ଜି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ କାର୍ଯ୍ୟକ୍ରମକୁ ସଫଳତାର ସହ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

twelve − eight =