pakka

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପଶ୍ଚିମ ଓଡିଶାର ଅସ୍ମିତାର ରୂପକାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପାଳିତ ହୋଇଯାଇଛି ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆଙ୍କ ଜନ୍ମ ଦିନ । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ଓ ସମ୍ପାଦକ ରାଜେନ୍ଦ୍ର ମହାନ୍ତିଙ୍କ ସମ୍ପାଦନାରେ ସ୍ଥାନୀୟ ମେହେର ଧର୍ମଶାଳାରେ ଏହି କାର୍ଯ୍ୟକ୍ରମ ମହାଆଡ଼ମ୍ବରେ ପାଳନ କରାଯାଇଛି । ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଖମାର ଅନୁଗୁଳର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଅକ୍ଷୟ କୁମାର ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗଦାନ କରି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପଶ୍ଚିମ ଓଡ଼ିଶାର ଅସ୍ମିତାର ରୁପକାର ବୋଲି ସେ କହିଥିଲେ । ଗୌନ୍ତିଆଙ୍କର ଅନେକ ଅଭୁଲା ଗୀତ ଗାଇ ଶ୍ରୋତାଙ୍କର ମନ ମୋହି ନେଇଥିଲେ । ଅନ୍ୟତମ ଆଲୋଚକ ସନ୍ତୋଷ ସିଂହ ଠାକୁର ମଧ୍ୟ ତାଙ୍କର ସାହିତ୍ୟର ଭୁରିଭୁରି ପ୍ରଶଂସା କରିଥିଲେ । ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଯଶୋବନ୍ତ ବିଶ୍ୱାଳ, ଡ଼. ଅବନିକାନ୍ତ ସାହୁ, ଶେଷଦେବ ମେହେର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ରୀମତୀ ସ୍ୱର୍ଣ୍ଣକାନ୍ତି ପତିଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଆଖଣ୍ଡଳ ଦାଶ, ନରୋତ୍ତମ ଦାଶ, ସୁରେଶ ଚୌହାନ, ପ୍ରତିମା ବାରିକ, ଡ଼. ଅବନୀ କାନ୍ତ ସାହୁ, ଭୋଜରାଜ ବୁଡ଼େକ ପ୍ରମୁଖ କବିମାନେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁରେଶ ଚୌହାନଙ୍କ କୋଶଲ ଇତିହାସ ପୁସ୍ତକ ମୁଖ୍ୟବକ୍ତା ତଥା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କରୁଣାକର ମେହେର, ହରିବୋଲ ମେହେର, ରଘୁନାଥ ପୁରୀ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ । ଶେଷରେ ଆଦିତ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

1 × four =