pakka

ବରକାନି ପଂଚାୟତ ମାଙ୍କଡଚୁଆଁରେ ସମରେନ୍ଦ୍ର

bbehera
  • ପାଖକୁ ପହଂଚି ଲୋକଙ୍କ ସମସ୍ୟା ସମାଧାନ ଆମର ଲକ୍ଷ୍ୟ : ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର ଲୋକେ ବହୁତ ସରଳ । ତାଙ୍କ ଦୈନନ୍ଦିନ ଜୀବନର ସମସ୍ୟା ହେଉ କି ଗାଁର ସାମୁହିକ ସମସ୍ୟା ସେ ସବୁକୁ ଉପଯୁକ୍ତ ଫୋରମ ହେଉ କି ଅଧିକାରୀଙ୍କ ପାଖରେ ପହଞ୍ଚି ତାର ସମାଧାନ କରି ପାରନ୍ତି ନାହିଁ । ଏପରି ସ୍ଥଳେ ବିଭିନ୍ନ ସ୍ତରର ଜନପ୍ରତିନିଧିମାନେ ଲୋକମାନଙ୍କ ପାଖକୁ ପହଞ୍ଚି ତାଙ୍କ ସମସ୍ୟା ଶୁଣି ସେ ସବୁର ସମାଧାନ କରିବା ମୂଳଲକ୍ଷ ହେବା ଉଚିତ ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବରକାନି ପଂଚାୟତର ମାଙ୍କଡଚୁଆଁଠାରେ ଏକ ଗ୍ରାମସଭାରେ ଏଆଇସିସି ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ଲୋକମାନଙ୍କୁ କହିଛନ୍ତି । ଆଜି ମାଙ୍କଡଚୁଆଁଠାରେ ବରକାନି ପଂଚାୟତର ବରକାନି, ମାଙ୍କଡଚୁଆଁ, ପଣ୍ଡରାପିଟା, ଅଏଁଲାଚୁଆ ଏବଂ ପାଲିଗ୍ରାମ ନାରାୟଣପୁରରୁ ଆସିଥିବା ଲୋକମାନଙ୍କ ସହିତ ସମରେନ୍ଦ୍ର ମିଶ୍ର ଏବଂ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭୁଲ ନୀତି ପ୍ରଣୟନ ଯୋଗୁଁ କିପରି ଛାତ୍ର, ଯୁବକ, ମହିଳା, କୃଷକ, ଶ୍ରମିକ, ବୟସ୍କ ନାଗରିକ, ବିକଳାଙ୍ଗ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ସମରେନ୍ଦ୍ର ଓ ବିଧାୟକ ଶ୍ରୀ ମିଶ୍ର ଆଲୋଚନା କରିଥିଲେ । ଦୀର୍ଘ ବର୍ଷ ହେଲା ରାଜ୍ୟ ସରକାର ଏବଂ ୧୦ ବର୍ଷ କେନ୍ଦ୍ରର ଶାସନ କରୁଥିବା ବିଜେପି ସରକାର ଯୁବକ, ଛାତ୍ର ଓ କୃଷକମାନଙ୍କୁ କିପରି ପ୍ରତାରଣା କରୁଛି ସେ ଉପରେ ସମରେନ୍ଦ୍ର କହିଥିଲେ । ସେ କହିଥିଲେ ଯେ ସରକାରମାନଙ୍କ ମିଥ୍ୟା ପ୍ରଲୋଭନରେ ନ ପଡି ଲୋକେ ଉଚିତ ଜନପ୍ରତିନିଧି ବାଛନ୍ତୁ ଯେଉଁମାନେ କି ପାଞ୍ଚ ବର୍ଷ ଧରି ଲୋକଙ୍କ ସମସ୍ୟା ସମାଧାନ ପାଇଁ ଗାଁକୁ ଆସିବେ ଏବଂ ସମସ୍ୟାର ସମାଧାନ କରିବେ । ଠିକ୍‌ ସେହିପରି ବିଧାୟକ ଶ୍ରୀ ମିଶ୍ର ନିଜର କାର୍ଯ୍ୟକାଳ ଭିତରେ ଏ ଅଂଚଳ ପାଇଁ ରୋଡ, ରାସ୍ତା, ପାନୀୟ ଜଳ ଓ ଜଳସେଚନ ପାଇଁ କରିଥିବା କାମ ଗୁଡିକ ଉପରେ ଆଲୋଚନା କରିଥିଲେ । ସେ କହିଥିଲେ ଯେଉଁ ରାଜନେତାମାନେ ଭୋଟ ପରେ ନିଜ ନିର୍ବାଚନ ମଣ୍ଡଳିରେ ରହନ୍ତି ନାହିଁ । ସେମାନଙ୍କ ପ୍ରତି ଗାଁ ଲୋକେ ସଚେତନ ରୁହନ୍ତୁ । ସେଭଳି ଲୋକଙ୍କୁ ନିର୍ବାଚନ ସମୟରେ ମୋଟେ ପ୍ରଶ୍ରୟ ଦିଅନ୍ତୁ ନାହିଁ ବୋଲି କହିଥିଲେ । ଆଜିର ଏହି ସଭାରେ ସ୍ଥାନୀୟ ସରପଂଚ ବଳଦେବ ସାହୁ ସଭାପତିତ୍ୱ କରିଥିବା ବେଳେ ବରକାନି ଗୌନ୍ତିଆ ଶିବ ସିଂ ମାଝି, ଦଶରଥ ନାଏକ, କଳ୍ପ ପୁରୋହିତ, ପୂର୍ବତନ ସରପଂଚ ସତ୍ୟବାନ ସାହୁ ପ୍ରମୁଖ ମଂଚାସୀନ ଥିଲେ ।

jay balangir
Leave A Reply

Your email address will not be published.

2 × four =