pakka

ସାଧାରଣ ନିର୍ବାଚନ ପାଇଁ ଅସ୍ତ୍ରଶସ୍ତ୍ର ଜମା ଦେବାକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ସାଧାରଣ ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ହେବା ସହିତ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏ ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ରଖିଥିବା ବ୍ୟକ୍ତି ବିଶେଷମାନଙ୍କୁ ନିଜ ନିକଟସ୍ଥ ଥାନାରେ ଉପଯୁକ୍ତ ସ୍ୱୀକୃତି ସହ ଅସ୍ତ୍ରଶସ୍ତ୍ର ଜମା ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଥାନାଧିକାରୀଙ୍କୁ ମଧ୍ୟ ସାଧାରଣ ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ସକାଶେ ଅସ୍ତ୍ରଶସ୍ତ୍ର ଜମାକୁ ସୁନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୁରକ୍ଷା ବାବଦରେ ଯଥା ବ୍ୟାଙ୍କ, ସରକାରୀ ସମ୍ପତ୍ତିର ରକ୍ଷଣାବେକ୍ଷଣା ଆଦିରେ ନିୟୋଜିତ ସମସ୍ତ ସୁରକ୍ଷାକର୍ମୀଙ୍କୁ ଏଥିରୁ ବାଦ ଦିଆଯାଇଛି । ଜିଲ୍ଲାର ସମସ୍ତ ଥାନାଧିକାରୀ ସମସ୍ତ ନିଜ ସ୍ତରରେ ଯାଞ୍ଚ କରିବା ସହ ସୁରକ୍ଷାରେ ନିୟୋଜିତ କର୍ମୀଙ୍କୁ ବାଦ ଦେବେ । ନିର୍ବାଚନ ଶେଷ ହେବା ପରେ ସେ ସବୁ ଅସ୍ତ୍ର ସେମାନଙ୍କୁ ଫେରସ୍ତ କରାଯିବ ।

jay balangir
Leave A Reply

Your email address will not be published.

eight − 6 =