pakka

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ବାଟିକା ବିଭାଗର ନୂତନ ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି କେନ୍ଦ୍ରୀୟ ଟୋଲି ସଦସ୍ୟ ତଥା ଆର୍‌ଏସ୍‌ଏସ୍‌ ଜିଲ୍ଲା ସଂପର୍କ ପ୍ରମୁଖ ସୁବାଷ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ବୟସ ଅନୁସାର ଶିଶୁର ମାନସିକ ଓ ଶାରୀରିକ ଆବଶ୍ୟକତା ଏବଂ ଅବାଞ୍ଛନୀୟ ଅଭ୍ୟାସ ବିଷୟରେ ଉପସ୍ଥିତ ମାତାପିତାମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଆଚାର୍ଯ୍ୟ ଦୀନବନ୍ଧୁ ଦେହେରୀ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଂକୁଳ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ । ଯାମିନୀ ଗୁରୁମା ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ବିଭାଗର ଗୁରୁଜୀ, ଗୁରୁମାଙ୍କ ଦ୍ୱାରା ପ୍ରାୟଗିକ କାଳାଂଶରେ ମନ୍ଦ ଅଭ୍ୟାସ ଓ ଭଲ ଅଭ୍ୟାସ କରାଯାଇଥିଲା । ଘର ତିଆରି ୭୩ ପ୍ରକାର ପୁଷ୍ଟିକର ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ ହୋଇଥିଲା । ଶେଷରେ ସଭାପତି ପୃଥୀରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୨ ଜଣ ନୂତନ ଅଭିଭାବକ ଅଭିଭାବିକା ଯୋଗଦେଇଥିଲେ । ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jay balangir
Leave A Reply

Your email address will not be published.

nineteen + one =