ଆସିଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ପ୍ରଥମ ଲୁକ୍‌

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ପ୍ରଥମ ଲୁକ୍‌ ଦେଖିବାକୁ ମିଳିଛି । ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମରେ ଆଗାମୀ ଚଳଚ୍ଚିତ୍ରର ‘ଥ୍ୟାଙ୍କ୍‌ ଗଡ୍‌’ର ପ୍ରଥମ ଲୁକ୍‌ ସେୟାର କରିଛନ୍ତି । ଫଟୋରେ ସିଦ୍ଧାର୍ଥ ପୋଲିସ ୟୁନିଫର୍ମ ପିନ୍ଧି ଜିପ୍‌ରେ ବସିଥିବାର ନଜର ଆସିଛନ୍ତି । ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରିବାବେଳେ କ୍ୟାପସନ ଲେଖିଛନ୍ତି ଯେ ମୁଁ ରୋହିତ ଶେଟ୍ଟୀଙ୍କୁ ହାଏ କହିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରା ଅଜୟ ଦେବଗନଙ୍କ ସହ ସ୍କ୍ରିନ୍ ସେୟାର କରୁଛନ୍ତି । ଏଥି ସହିତ ଏହି ଚଳଚ୍ଚିତ୍ରର ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଉଭୟଙ୍କ ସହ ବିଭିନ୍ନ ଫିଲ୍ମରେ କାମ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଫିଲ୍ମ ନିର୍ଦ୍ଦେଶକ ଇନ୍ଦ୍ର କୁମାର କହିଛନ୍ତି ଯେ ‘ଥ୍ୟାଙ୍କ୍‌ ଗଡ୍‌’ ଫିଲ୍ମରେ କମେଡି ସହିତ ସାମାଜିକ ବାର୍ତ୍ତା ବିତରଣ କରାଯିବ । ଯାହାଦ୍ୱାରା ଲୋକମାନେ ସେମାନଙ୍କର ସାମାଜିକ ଦାୟିତ୍ୱକୁ ଅନୁଭବ କରିପାରିବେ ।

Leave A Reply

Your email address will not be published.