csstore

ପୁଣି ବଦଳିଲେ ଗଞ୍ଜାମ ଥାନା ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦୁଇ ସପ୍ତାହ ମଧ୍ୟରେ ଗଂଜାମ ଥାନାରେ ତିନି ଅଧିକାରୀ ବଦଳ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି ।ଗତ କିଛିଦିନ ତଳେ ଗଂଜାମ ଥାନାରେ କାର୍ଯ୍ୟରତ ଶୁଭେନ୍ଦୁ କୁମାର ସାହୁଙ୍କ ଗାଙ୍ଗପୁର ଥାନାକୁ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ଦାୟିତ୍ୱ ନେଇଥିଲେ ପି ସ୍ୱରୂପ କିଷନ । ସେ ଦାୟିତ୍ୱ ନେବାର ଦୁଇ ସପ୍ତାହ ପୁରିନି ତାଙ୍କର ମଧ୍ୟ ରମ୍ଭା ଥାନାକୁ ବଦଳି ହୋଇଥିବା ବେଳେ ଗଞ୍ଜାମ ଥାନାରେ ସୁଦପ୍ତ କୁମାର ସାହୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।ସୂଚନାଯୋଗ୍ୟ ରମ୍ଭା ଥାନାରୁ ଦୀପ୍ତି ରଞ୍ଜନ ବେହେରା ଦିଗପହାଣ୍ଡି ଥାନାକୁ ବଦଳି ହୋଇଛନ୍ତି ଏବଂ ତାଙ୍କ ସ୍ଥାନରେ ପି ସ୍ୱରୂପ କିଷନ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି ।

jayashree
Leave A Reply

Your email address will not be published.