pakka

ପାରମ୍ପରିକ ଛତ୍ରପୁର ଠାକୁରାଣୀ ଯାତ୍ରାରମ୍ଭ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ଲୋକକଥା ପ୍ରଚଳିତ କ୍ରମେ ପାଳିତ ହୋଇଆସିଥିବା ପାରମ୍ପରିକ ଛତ୍ରପୁରର ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି । ସହର ସାରା ରଙ୍ଗୀନ ଆଲୋକମାଳାରେ ଝଲସିଉଠି ସହର ଚଳ ଚଞ୍ଚଳ ହୋଇଉଠିଛି । ଗତକାଲି ସନ୍ଧ୍ୟାରେ ମା’ ରାମାୟାଣାଆମ୍ମାଙ୍କ ମନ୍ଦିରରେ ଯଥା ରୀତିନୀତିରେ ପୂଜା ବିଧିବଦ୍ଧ ଭାବେ ସମ୍ପର୍ଣ୍ଣ ହୋଇଥିବା ବେଳେ ଦେବୀଙ୍କ ଅସ୍ଥାୟୀ ମଣ୍ଡପରେ ନବନିର୍ମିତ ମା’ଙ୍କ କୁଟୀରର ତାନ୍ତ୍ରିକବିଧାନରେ ଶୋଧନ କରାଯାଇ ପ୍ରତିଷ୍ଠା ହୋମ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯାଇଛି । ଛତ୍ରପୁର ପୂରାତନ ନଗର ପରିସର ଚତୁଃପାଶ୍ୱର୍ରେ ଦିଗବନ୍ଧନ ଓ ସନ୍ଧିପୂଜା ସମ୍ପାଦିତ ହୋଇଛି । ଗତକାଲି ରାତ୍ରିରେ ଚାଙ୍ଗୁବାଜାରେ ଛତ୍ରପୁର ସହର କମ୍ଫି ଉଠିଛି । ଛତ୍ରପୁରର ମୁଖ୍ୟ ମନ୍ଦିର ଅର୍ଥାତ ଚଣ୍ଡୀଛକ ଠାରେ ରଙ୍ଗାରଙ୍ଗ ଲଘୁସଙ୍ଗୀତ ସାମାରୋହ କାର୍ଯ୍ୟକ୍ରମ ପରିବେଷଣ ହୋଇ ଲୋକଙ୍କ ମନରେ ଉଲ୍ଲାସ ଆଣିଦେଇଛି । ଏହି କାର୍ଯ୍ୟକ୍ରମ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଶୁକ୍ରବାର ମଧ୍ୟରାତ୍ରୀରେ ମା’ଙ୍କ ଆଜ୍ଞାମାଳ ନିମନ୍ତେ ଯାଇ ଅସ୍ଥାୟୀ ଯାତ୍ରା-ପୂଜାମଣ୍ଡପକୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପୁଷ୍ପବରଣ କରି ଅଣାଯିବ । ମା’ ପ୍ରସନ୍ନ ହୋଇଥିବା ପୁଷ୍ପ ତିନିଦିନ ଧରି ପୂଜାର୍ଚ୍ଚନା ହେବା ପରେ ତୃତୀୟ ଦିବସରୁ ଦେବୀଙ୍କ ଘଟଯାତ୍ରା ବାହାରିବାର ବିଧି ରହିଛି ବୋଲି କୁହାଯାଇଛି । ସ୍ଥାନୀୟ ପୋଲିସ ପ୍ରଶାସନ ସକ୍ରୀୟ ଅଛନ୍ତି । ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ ବିଭାଗ ତଦାରଖ କରିବାରେ ଲାଗିପଢ଼ିଛନ୍ତି । ଛତ୍ରପୁର ସହରକୁ ପୌରଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ସଡକପଥର ନିର୍ମାଣ ଓ ମରାମତି କରି ସହରସାରା ପରିଷ୍କାର ପରିଚ୍ଛନତା ଦିଗରେ ବିଶେଷ ଧ୍ୟାନଦେଇ ସଫେଇ କରିଛନ୍ତି । ଆୟୋଜିତ ଛତ୍ରପୁର ଗଣପର୍ବ ଠାକୁରାଣୀ ଯାତ୍ରା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଓ ବନ୍ଦୋବସ୍ତ କରାଯାଇଥିବା ଦେଖାଯାଇଛି ।

jay balangir
Leave A Reply

Your email address will not be published.

four + sixteen =

error: Content is protected !!