pakka

ଅର୍ଡା ଗ୍ରାମରେ ଗରମ ପେଜ ପଡି ଦେଢ ବର୍ଷର ଝିଅ ଗୁରୁତର

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଅର୍ଡା ଗ୍ରାମରେ ଗରମ ପେଜ ପଡି ଦେଢ ବର୍ଷର ଜଣେ ଝିଅ ଗୁରୁତର ହୋଇଥିବା ବେଳେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଅର୍ଡା ଗ୍ରାମର ସୁବାଷ ବାଗଙ୍କ ସ୍ତ୍ରୀ ଭାତ ରାନ୍ଧିବା ପରେ ଗରମ ପେଜକୁ ରୋଷେଇ ଘରି ରଖି ଦେଇଥିବା ବେଳେ ଝିଅ ଡଳି ଗରମ ପେଜକୁ ଟାଣି ଦେବାରୁ ଦେହରେ ପଡିଯାଇଥିଲା । ଫଳରେ ଝିଅଟିର ଡାହାଣ ପଟ ପୋଡିଯାଇଥିବାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

nine − seven =

error: Content is protected !!