pakka

ଗଣ୍ଡାବଜା ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ

bbehera

ପାଟଣାଗଡ଼, (ପୁସ୍ତମ ଯୁଆଡି ) : ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ୍ ହଲ୍ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୁତମୁଣ୍ଡା ମୁହୁରୀ କଳା ପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ହୀରାଧର କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଦେଇ ଶ୍ରୀ କୁମ୍ଭାର ଗଁଣାବଜା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି କହିଥିଲେ କି ଆମର ଗଁଣାବଜା ହେଉଛି ଆମ ସଂସ୍କୃତିର ପରିଚୟ । କିନ୍ତୁ ଦିନକୁ ଦିନ ଏହା ବିଲୁପ୍ତ ହେବାରେ ଲାଗିଛି, କେମିତି ଏହାକୁ ବଞ୍ଚାଇ ତାକୁ ତାର ପୂର୍ବାବସ୍ଥାକୁ ଫେରାଇ ଆଣିବା ସେ ଦିଗରେ ବିଭିନ୍ନ ଅଞ୍ଚଳରରୁ ଆସିଥିବା ବିଶିଷ୍ଟ କଳାକାର ଓ ଯୁବ ଗବେଷକ ମାନେ ଧ୍ୟାନ ଦେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପ-ସଭାପତି ମୁରଲୀଧର ଶିକା, ଅର୍ଜୁନ ସାହୁ, କଳାକାର ହୃଷିକେଶ କୁମ୍ଭାର, ଯାପାନ ନାଗ, ରଘୁନାଥ କୁମ୍ଭାର, ଧନୁ କୁମ୍ଭାର, ଭକ୍ତ ବାରିକ, ରାଜୁ ତାଣ୍ଡି, ଚମରା ସୁନା, ବିଶ୍ବାମିତ୍ର କୁମ୍ଭାର, ଲକ୍ଷ୍ମଣ ନାଗ, ଗିରିଧାରୀ କୁମ୍ଭାର, ଭମର ନାଗ, ବିଶ୍ବନାଥ କୁମ୍ଭାର, କଳାକୃଷ୍ଣ ମହାନନ୍ଦ ଆଦି ଆଲୋଚନାରେ ଅଂଶଗ୍ରହଣ କରି ଦୀର୍ଘ ଦିନରୁ ଆମ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରିଥିବା ଗଁଣାବଜାକୁ କେମିତି ଆହୁରି ବିକଶିତ କରାଯିବ ଏବଂ କଳାକାର ମାନଙ୍କୁ ତାଙ୍କର କଳା ପ୍ରଦର୍ଶନ କରିବାକୁ ମଞ୍ଚରେ ସୁଯୋଗ ମିଳିବ ସେ ଦିଗରେ ସମସ୍ତ ବୁଦ୍ଧିଜୀବୀ ଓ ସରକାର ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ପାଟଣାଗଡ ଅଞ୍ଚଳର ୭ଟି ପଞ୍ଚାୟତର ୭୦ଜଣ ଗଁଣାବଜା କଳାକାର ଯେମିତିକି ତେଣ୍ଡାପଦର, ଭଇଁଷା, ମୁଣ୍ଡାପଲା, କଲୋନି ରାଖିଉଡା, ରତାଖଣ୍ଡି, କୁତୁର୍ଲା, ଦାବକାନି, ରୁଗୁଡିମୁଣ୍ଡା, ମୁଣ୍ଡୋମହୁଲ, ବୁର୍ଡାବାହାଲ, ସୁନାମୁଦି, ଢଙ୍ଗାଭଟା, ଭରତବାହାଲର ଗଁଣାବଜା କଳାକାରମାନେ ଏହି ସଭାରେ ଯୋଗଦାନ କରିଥିଲେ । ବୈଠକର ଶେଷରେ ଅନୁଷ୍ଠାନର ପରିଚାଳନା ସମ୍ପାଦକ ଭେଲାରାମ କୁମ୍ଭାର (ଗଁଣାବଜା ଯୁବ ଗବେଷକ) କହିଲେ ଯେ ଆମର ଗଁଣାବଜା ଆମ ପାଇଁ ଗର୍ବ ଓ ଗୌରବ କଥା ଆଜି ଆମର ଢୋଲ ନିଷାନ, ମୁହୁରୀ ଓ ତାସା ସାରା ପୃଥିବୀର ବିଭିନ୍ନ ଅଞ୍ଚଳରେ ବାଜି ସାରିଲାଣି କିନ୍ତୁ ଆଜି ଏହା ଲୁପ୍ତ ହେବାକୁ ଲାଗୁଛି ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଗଁଣାବଜା ଉପରେ ଗବେଷଣା ପାଇଁ ଏକ ସ୍ବତନ୍ତ୍ର ବିଭାଗ ଖୋଲିଲେ ନିଶ୍ଚିତ ଭାବରେ ଏହା ସମୃଦ୍ଧ ହେବ । ସଭା ଶେଷରେ ସନ୍ତୋଷ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

eleven + nineteen =