ସାବଧାନ : ବଢ଼ୁଛି ଅନ୍‌ଲାଇନ୍‌ ଠକେଇ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ବ‌ର୍ତ୍ତମାନର ଡ଼ିଜିଟାଲ୍‌ ଯୁଗରେ ବଢ଼ିଚାଲିଛି ଅନ୍‌ଲାଇନ୍‌ ଠକେଇ । କେତେବେଳେ ଲଟେରୀ ଫିଟିଛି ବୋଲି କଲ୍‌ ଆସୁଛି ତ’ କେତେବେଳେ ଏଟିଏମ୍‌ କାର୍ଡର ବୈଧତାକୁ ନେଇ କଲ୍‌ ଆସୁଛି । ଯିଏ ସେହି କଲ୍‌ର ଚକ୍ରବ୍ୟୁହରେ ଫଶିଗଲା ତାର କ‌ଷ୍ଟ ଅର୍ଜିତ ଟ‌ଙ୍କା ଏକାଉ‌ଣ୍ଟରୁ ଗାଏବ୍‌ ହେଉଥିବା ଭଳି ବାର‌ମ୍ବାର ଅଭିଯୋଗ ଆସୁଛି । ଭାରି ମିଠା ମିଠା କଥା କହି ପାସ୍‌ୱାର୍ଡ, ଓଟିପି ନେଇ କଳାକନା ବୁଲାଉଛ‌ନ୍ତି ଅନ୍‌ଲାଇନ୍‌ ଠକଦଳ । ଏଥିପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି । ବ୍ୟାଂକଗକୁଡ଼ିକ ମଧ୍ୟ ସଚେତନ କରାଉଛ‌ନ୍ତି । ତଥାପି ଅନଲାଇନ ଠକ ଦଳ ସଫଳ ହେଉଛ‌ନ୍ତି ତାଙ୍କ ଅଭିଯାନରେ । ତେବେ ଏଥିପ୍ରତି ସମସ୍ତେ ସଚେତନ ହେବା ଅତ୍ୟ‌ନ୍ତ ଆବଶ୍ୟକ । କେହି ବି ମୋବାଇଲ୍‌ରେ କଲ୍‌ କରି ଲଟେରୀ ଫିଟିଥିବା ନାମରେ କି‌ମ୍ବା ଅନ୍ୟ କୌଣସି ପ୍ରକାରେ ଓଟିପି କିମ୍ବା କୌଣସି ପାସ୍‌ୱାର୍ଡ ମାଗିଲେ, ଦେବା ଉଚିତ ନୁହେଁ । ସଚେତନତା ହିିଁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ ।

Leave A Reply

Your email address will not be published.