ବଲାଙ୍ଗିର ଜିଲ୍ଲାରେ ଆଜି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୯ : ବଲାଙ୍ଗିର ପୌରାଂଚଳରେ ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୯ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୪ରୁ ୪, ୮ରୁ ୧, ୧୫ରୁ ୨ ଓ ୨୧ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି । କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୫ରୁ ୪ ଓ ୧୨ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧୨ରୁ ଜଣେ, ୧୫ରୁ ୩, ୨ ଓ ୧୪ରୁ ଜଣେ ଲେଖାଏଁ, ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ୍‌ ମରୁଆଁ ଗ୍ରା.ପ.ରୁ ଜଣେ ଓ ଗଙ୍ଗାସାଗର ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ୍‌ ବାଂଜିପଦର ଗ୍ରା.ପ.ରୁ ଜଣେ, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ଜଣେ ଓ ଧାମନଡଙ୍ଗା ଗ୍ରା.ପ.ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରୁ ୮୦୭୦ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭୮୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ୨୫୨ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ରହିଥିବା କୁହାଯାଇଛି ।

Leave A Reply

Your email address will not be published.