pakka

ବିଓବି ବ୍ୟାଙ୍କକୁ ନକଲି ସୁନା ଦେଇ ଋଣ ନେବାକୁ ଠକୁଥିଲେ : ପୋଲିସ ହାତରେ ଧରାପଡିଲେ ୭ଜଣ

bbehera

ସୋନପୁର, (କେପିଏନ୍‌ଏସ୍‌) : ବିଓବି ବ୍ୟାଙ୍କକୁ ନକଲି ସୁନା ଦେଇ ଋଣ ନେବାକୁ ଠକୁଥିଲେ । ୭ଜଣଙ୍କୁ ବାନ୍ଧିନେଲା ପୋଲିସ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିଲେ ୭ ଜଣ । ବରୋଦା ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ବ୍ୟାଙ୍କର ସିନିୟର ମ୍ୟାନେଜର ଅଭିଯୋଗ କରିବା ପରେ ଏନେଇ ସୋନପୁର ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ତାର ତଦନ୍ତ କରିଥିଲା । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ୬ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବା ବେଳେ ଜଣେ ବରଗଡ ଜିଲ୍ଲାର ବୋଲି ଜଣାପଡିଛି । ଗିରଫ ସାତ ଜଣ ହେଲେ ଇଶ୍ୱର ସରାଫ, ସୁରେନ୍ଦ୍ର ସରାପ, ଅଞ୍ଜନ ସା, ହଜାରୁ ସାହୁ, ଡକ୍ଟର ସେଠ, ରାମ କୁମାର ମେହେର, ରାମଚନ୍ଦ୍ର ବନିଆ ଓ ବଣିଆ ଜୟନାରୟଣ ମହାରଣା । ଇଶ୍ୱର ସରାପ ପୂର୍ବରୁ ସୋନପୁର ୟୁକୋ ବ୍ୟାଙ୍କରେ ମଧ୍ୟ ନକଲି ସୁନା ଦେଇ ୧୯ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସମ୍ବାଦିକ ସମ୍ମଳନୀରେ ଏସ.ପି ବ୍ୟାଙ୍କ ଠକେଇ ନେଇ ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ.ପି ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

13 + 10 =