jayashree

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଟପ୍ପର ଛାତ୍ରୀଙ୍କୁ ବିଧାୟକଙ୍କ ଶୁଭେଚ୍ଛା

ଅତାବିରା, (ମୋହନ ସାହୁ) : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସମୀକ୍ଷା ତ୍ରିପାଠୀ ଗଣିତ ପିଜି ପରୀକ୍ଷାରେ ସର୍ବାଧିକ ୯୯. ୬୮ CGPA ମାର୍କ ରଖି ସମଗ୍ର ବିଶ୍ୱବିଦ୍ୟାଳୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । +୩ ପଢ଼ୁଥିବା ସମୟରେ ମଧ୍ୟ ସେ ସର୍ବାଧିକ ୯୯. ୭୮ ମାର୍କ ରଖି ଓଡିଶା ସୋସାଇଟି ନ୍ୟୁୟର୍କ ଆୱାର୍ଡ (osani ) ପାଇ ସ୍ୱର୍ଣ୍ଣ ପଦକ ପାଇଥିଲେ । ସୁଶ୍ରୀ ସମୀକ୍ଷା ତ୍ରିପାଠୀ ଅତାବିରା ନିର୍ବାଚନ ମଣ୍ଡଳୀର ବରାହମୁଣ୍ଡା ଗ୍ରାମର ବ୍ୟବସାୟୀ ତଥା ସମାଜସେବୀ ସାଧୁରାମ ତ୍ରିପାଠୀ ଏବଂ ମିନାକ୍ଷୀ ପଣ୍ଡାଙ୍କ ସୁପୁତ୍ରୀ ଅଟନ୍ତି । ଏହି ସଫଳତା ପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅତାବିରା ବିଧାୟକ ନିହାର ମହାନନ୍ଦ ତାଙ୍କ ଘରକୁ ଯାଇ ଶୁଭେଚ୍ଛା ଦେଇ ଆଶୀର୍ବାଦ ଏବଂ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.