jayashree

ନିଳାଞ୍ଚଳ ଦରୁଆନଙ୍କୁ ମରଣାନ୍ତକ ଆକ୍ରମଣ : ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

  • ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସର ତନାଘନା

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀର ସୋସିଆଲ ମିଡିଆର ସଂଯୋଜକ ନିଳାଞ୍ଚଳ ଦରୁଆନଙ୍କୁ ଗତ ୬ ତାରିଖ ମଧ୍ୟ ରାତ୍ରରେ କିଛି ଦୁର୍ବୃତ୍ତ ତାଙ୍କ ଘରକୁ ଆସି ତାଙ୍କୁ ଘର ଭିତରୁ ଜେରର ଜବରଦସ୍ତ ଉଠାଇ ଆଣି ଏକ ସ୍କୋପିଓ ଗାଡିରେ ସିଧା ବଲାଙ୍ଗିର ଜିଲ୍ଲା ନଅଗାଁ ଜଙ୍ଗଲକୁ ନେଇ ବନ୍ଧୁରେ ଭୟଭୀତ କରିବା ସହ ଲାଠି ଓ ବାଡିରେ ପ୍ରବଳ ମାଡ଼ ମାରି ଜଙ୍ଗଲ ଭିତରେ ଛାଡି ଦେଇଥିଲେ ଓ ଭବିଷ୍ୟତରେ ବିଜେଡି ବିରୋଧରେ ଲେଖିଲେ ଜୀବନରେ ମାରିଦେବାର ଧମକ ଦେଇ ଚାଲିଯାଇଥିଲେ । କିଛି ଲୋକ ସକାଳେ ନିଳାଞ୍ଚଳକୁ ଉଦ୍ଧାର କରି ତାଙ୍କ ଘରେ ଆଣି ଛାଡିଥିଲେ । ନିଳାଞ୍ଚଳ ନିଜ ଗ୍ରାମ ସାରଙ୍ଗପୁରର ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ମେଲଛାମୁଣ୍ତା ଥାନାରେ ମଇ ୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ରିପୋର୍ଟ ପାଇବା ପରେ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଏସଡିପିଓ ପାଣ୍ଡବ ଶବର ଘଟଣାର ତନାଘନା ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତ ବରଗଡ ବିଶିପଡାର ଆଜାଦ୍ ସାଦରିଆ ଓ ବରପାଲି ମିର୍ଦ୍ଧାପାଲିର ସୁବାଷ ମିର୍ଦ୍ଧାଙ୍କୁ ଗିରଫ କରି ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୪, ୩୫(୨)୭୪, ୪୦(୪), ୧୧୫(୨), ୩(୫) ଅନୁଯାୟୀ ସୋହେଲା କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ବର୍ତ୍ତମାନ ସେମାନେ ସୋହେଲା ଜେଲରେ ଅଛନ୍ତି । ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଅଭିଯୁକ୍ତମାନେ ଫେରାରଥିବା ପୋଲିସ ସୂଚନା ଦେବା ସହ ତୁରନ୍ତ ବ୍ୟବହୃତ ସ୍କୋପିଓ ଗାଡି ସହ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ଘଟଣା ତଦାରଖ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.