jayashree

ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ଛଟେଇ ପ୍ରତିବାଦରେ ବିଦ୍ୟୁତ୍ ଅଫିସ ସମ୍ମୁଖରେ ଧାରଣା ଦେଲେ ଠିକା କର୍ମଚାରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜାନୁଆରୀ ୨୦୨୧ରେ ଟାଟା ପାୱାର ବିଦ୍ୟୁତ ଯୋଗାଣ କ୍ଷେତ୍ରକୁ ଆସିଲା । ଟିପିଡବ୍ଲୁଓଡିଏଲ୍‌ ଆସିଲା ଦିନ ଠାରୁ ଲୋକଙ୍କୁ ଉପଯୁକ୍ତ ସେବା ପ୍ରଦାନ ନିମନ୍ତେ ନୂତନ ନିଯୁକ୍ତି ମଧ୍ୟ କରାଯାଇଥିଲା । ତେବେ ଯେଉଁ ଭେଣ୍ଡରମାନଙ୍କ ମାଧ୍ୟମରେ ନିଯୁକ୍ତି ପାଇଥିଲେ ସେହି ଭେଣ୍ଡରମାନେ ଏବେ ଟିଟିଲାଗଡ ଡିଭିଜନ ଅନ୍ତର୍ଗତ ୧୩ଟି ସେକ୍ସନରୁ ୬୫ ପିଲାଙ୍କୁ ଛଟେଇ କରିବା କୁହାଯିବା ପରେ ଏପ୍ରିଲ ୩୦ ତାରିଖରୁ ପ୍ରତିଦିନ ସକାଳୁ ଅଧା ଘଣ୍ଟା ଲେଖାଏଁ ଶାନ୍ତିପ୍ରିୟ ଧାରଣା ଦେଉଛନ୍ତି । ତେବେ ଆଜି ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କୁ ଠିକା କର୍ମଚାରୀମାନେ ଭେଟି ଏକ ଦାବିପତ୍ର ଦେବା ସହ ସ୍ଥାନୀୟ ଲୋକଙ୍କୁ ଛଟେଇ କରା ନଯାଉ ବୋଲି ଦାବି କରିଥିଲେ । ଏନେଇ ବିଧାୟକ ନବୀନ ଜୈନ ଠିକାଦାର ଏଜେନ୍‌ସିର କୋର୍ଡିନେଟର ସୌଭାଗ୍ୟ ବାବୁଙ୍କୁ ଫୋନ କରି ଲୋକାଲ ପିଲାଙ୍କୁ ଛଟେଇ ନ କରିବାକୁ କହିଛନ୍ତି । ଅନ୍ୟ ପଟେ ଠିକା କର୍ମଚାରୀମାନେ ଦୈନିକ ଆଠ ଘଣ୍ଟା କାମ କରିବାର ନିୟମ ରହିଥିବା ବେଳେ ସେମାନଙ୍କୁ ୧୨ରୁ ୧୬ ଘଣ୍ଟା ଖଟେଇବା ପରେ ବି ଓଟି ଦିଆଯାଉନି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଯଦି ଯଥେଷ୍ଟ ପରିମାଣରେ ପିଲା ଥାଆନ୍ତେ ତା’ହେଲେ ଏପରି ଅସୁବିଧା ହୁଅନ୍ତା ନାହିିଁ । ଏମାନେ ଆଠ ଘଣ୍ଟା ଜାଗାରେ ୧୨ରୁ ଅଧିକ ଘଣ୍ଟା କାହିଁକି ଖଟଉଛନ୍ତି ବୋଲି ପ୍ରଶ୍ନ କରିବା ସହ ଛଟେଇ ଜାଗାରେ ଆହୁରି ପିଲାଙ୍କୁ ନିଯୁକ୍ତି ଦେଲେ ଭଲ ମେଣ୍ଟେନେଂସ ହୋଇପାରନ୍ତା ବୋଲି କର୍ମଚାରୀମାନେ କହିଛନ୍ତି । ସେହିପରି ଦୀର୍ଘ ବର୍ଷ ଧରି କାର୍ୟ୍ୟ କଲାପରେ ଛଟେଇ ପରେ ପିଲା ବେରୋଜଗାର ହେଲେ ସେମାନେ କରିବେ କଣ ? ଏବର ସରକାର ଲୋକଙ୍କ ସରକାର ବୋଲାଉଥିବା ବେଳେ ଛଟେଇ କାହା ସ୍ୱାର୍ଥରେ ? ତେବେ ବୁର୍ଲା ଠାରେ ଚଳିତ ମାସର ୧୫ ତାରିଖରେ ଏକ ବିରାଟ ଆନ୍ଦୋଳନ ହୋଇଥିଲା, ଏହି ଛଟେଇ ବିରୋଧରେ । ଟିପିଡବ୍ଲୁଓଡିଏଲ୍‌ ର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଶ୍ରମିକ ଅଶାନ୍ତି ତେଜୁଛି ।

Leave A Reply

Your email address will not be published.