
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରର ସତ୍ୟରସ୍ଵର ଟିମ ଏକ ଆଲୋଚନା ଚକ୍ର ପାଇଁ ଆସନ୍ତା ମାସ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳିତ ହେବାକୁଥିବା ବେଳେ ଏହାକୁ ନେଇ ଟିମ୍ ସତ୍ୟରସ୍ୱର ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିମ୍ର ମୁଖ୍ୟ ସଂଗ୍ରାମ କେଶରୀ ଦେଓଙ୍କ ସଭାପତିତ୍ୱରେ କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ତହଂଶିର ଯୋଜନା ପରିସରରେ ଟିମ୍ର ସମସ୍ତ କାର୍ଯ୍ୟକାରୀ ସଦସ୍ୟମାନେ ଯୋଗ ଦେଇଥିବା ବେଳେ କେସିଙ୍ଗା ୱାର୍ଡ ନମ୍ବର ୪ର କାଉନସିଲର ଧରଣୀ ନାଏକ ନୂତନ ସଦସ୍ୟ ଭାବେ ଯୋଗଦେଇଥିଲେ । ଆୟୋଜିତ ଏହି ସଭାରେ କେସିଙ୍ଗାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ଆସନ୍ତା ୫ ତାରିଖରେ ପାଳିତ ହେବାକୁ ଥିବା ବିଶ୍ୱ ପରିବେଶ ଦିବସରେ ସତ୍ୟରସ୍ଵର ପରିବାର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । କେସିଙ୍ଗା ସହର ଦେଇ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍ ଚାଳଚଳ ଘୋଷଣାକୁ ନେଇ ଟିମ୍ ମୁଖ୍ୟ ସଂଗ୍ରାମ କେଶରୀ ଦେଓ ସହରର ବିଭିନ୍ନ ସଂଗଠନ, ବିଭିନ୍ନ ରାଜନୈତିକ ଦଳ, ସଦର ବିଧାୟକ ସାଗର ଚରଣ ଦାସ, ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ ସେଠକୁ ଧନ୍ୟବାଦ୍ ଦେବା ସହ ଆଗକୁ ମଧ୍ୟ କେସିଙ୍ଗାର ବିଭିନ୍ନ ସମସ୍ୟାକୁ ନେଇ ସମସ୍ତେ ଏକତା ଦେଖାଇ ସରକାରଙ୍କୁ ଦାବି ଜଣାଇବା ପାଇଁ ଅନୁରୋଧ କରିଥିଲେ । ପରେ ଆସନ୍ତା ମାସ ୨୬ ତାରିଖରେ “ସତ୍ୟରସ୍ୱର” ର ଦ୍ୱିତୀୟ ପ୍ରତିଷ୍ଠା ଦିବସକୁ କିଭଳି ପାଳନ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏହା ସହ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବା ଓ କୋଣାର୍କ ସୂତାକଳ ଖୋଲିବା ପାଇଁ ଏକ ଜନ ଆନ୍ଦୋଳନର ଆୟୋଜନ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଥିଲା । ଶେଷରେ ଟିମ୍ର ଅନ୍ୟତମ ସଦସ୍ୟ ଅନିଲ କୁମାର ନାଗ ନୂତନ ସଦସ୍ୟ ଧରଣୀ ନାଏକଙ୍କୁ ସ୍ୱାଗତ କରିଥିଲେ ।