pakka

ଭଣଜା ଖାଇଦେଲା ମାଇଁର ଟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଣଜା ଖାଇଦେଲା ମାଇଁର ଟଙ୍କା । ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୁଡାବାହାଲି ଗ୍ରାମରେ ଏଭଳି ଏକ ଠକେଇ ଘଟଣା ସମ୍ମୁଖକୁ ଆସିଛି । ଜଣେ ଠକ ଭଣଜା ନିଜ ମାଇଁର ଘର ଭଙ୍ଗା କ୍ଷତିପୂରଣ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏନେଇ ଉମା ଠାକୁର ନାମ୍‌ନୀ ଜଣେ ମହିଳା ସଦର ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି । ପୁଲିସ ମଧ୍ୟ ଏକ ମାମଲା ରୁଜୁ କରିଛି । ଠକ ଭଣଜା ଜଣକ ହେଲା ବୁଡାବାହାଲି ଗ୍ରାମର ସରୋଜ ଦଣ୍ଡସେନା ବୋଲି ମାଇଁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

10 + 3 =