pakka

ଭଉଣୀ ନିଖୋଜ ନେଇ ଥାନାର ଦ୍ୱାରସ୍ଥ ହେଲେ ଭାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କୁଟେନପାଲି ଗାଁର ଜଣେ ଯୁବତୀ ନିଖୋଜ ହୋଇଥିବା ନେଇ ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ଗତ ରାତିରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ କୁଟେନପାଲି ଗାଁର ଦୀପାନ ମେର୍ଲି(୨୬) ଘରୁ କେଉଁ ଆଡେ ପଳାଇ ଯାଇଥିବା ପୁଇଁତଲା ଥାନାରେ ଅଭିଯୋଗ ହୋଇଛି । କୁହାଯାଇଛି ଯେ, ଗତ ରାତି ୯ଟା ବେଳେ ସମସ୍ତେ ଖାଇ ସାରିଲା ପରେ ଦୀପାନ ଘରୁ କେଉଁ ଆଡେ ଚାଲିଯାଇଛନ୍ତି । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ପାଇ ପାରିନଥିଲେ । ଏ ନେଇ ଦୀପାନଙ୍କ ବଡ ଭାଇ ନିରଂଜନ ମେର୍ଲି ନିଜ ଭଉଣୀ ନିଖୋଜ ନେଇ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

3 × five =