pakka

କେଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ନେଇ ଅଭିଯୋଗ : ତଦନ୍ତ ପାଇଁ ଦାବୀ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ସର୍କଲ କଂସର ଗ୍ରାମର ପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହାର ତଦନ୍ତ କେବେ ହେବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ମତେ, କଅଁସର ଗ୍ରାମର କେନ୍ଦୁପତ୍ର ତୋଳାଳି ମାନେ ଗତ ୨୦୧୯-୨୦ ମସିହାରେ ପତ୍ର ତୋଳି ବିକ୍ରି କରିଥିଲେ । ହେଲେ ଦୀର୍ଘ ଦିନ ହେଲାଣି ତାଙ୍କର ପାରିଶ୍ରମିକ ଟଙ୍କା ମିଳି ପାରିନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଧନମତି ସାହୁ, ପୁଷ୍ପାଞ୍ଜଳି ସାହୁ, ଜୟନ୍ତୀ ସାହୁ, ବନିତା ସାହୁ, କେତକୀ ସାହୁ, କ୍ଷୀର ସାହୁ, ଗୀତା ସାହୁ ପ୍ରମୁଖ ଅଭିଯୋଗ ଆଣିଛନ୍ତି । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

two × 2 =

error: Content is protected !!