pakka

ବର୍ଷିଆନ କବି ରାମଭକ୍ତ ଫରିକାରଙ୍କ କୋଶଲି କବିତା ସଙ୍କଳନ “ପେମେଇ ଋତୁ”ର ଶୁଭ ଉନ୍ମୋଚନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଲସୀନଗର ସ୍ଥିତ ଫରିକାର ଭବନରେ ବର୍ଷିଆନ କବି, ଭାଷାପ୍ରେମୀ ରାମଭକ୍ତ ଫରିକାରଙ୍କ କୋଶଲି କବିତା ସଙ୍କଳନ “ପେମେଇ ଋତୁ”ର ଶୁଭ ଉନ୍ମୋଚନ ହୋଇଯାଇଛି । କବି, ଗବେଷକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅତିଥି ଭାବେ ଯୋଗଦେଇ ଉନ୍ମୋଚିତ ସଂକଳନ ଉପରେ ସମୀକ୍ଷା କରିଥିଲେ କବି ଆନନ୍ଦ ଚନ୍ଦ୍ର ସାହୁ, କବି ସନ୍ଦୀପ କୁଅଁର, କବି ପୁସ୍ତମ୍ ଯୁଆଡି । ବହି ଉପରେ ନିଜସ୍ୱ ମତ ରଖିଥିଲେ ବିରେନ୍ଦ୍ର ଝାଙ୍କର ଓ ଲାଲ୍‌ଚନ ବଗର୍ତ୍ତି । ସବିତା ମହରା ସଂକଳନର କବିତା ଆବୃତ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଗନ ମହାନ୍ତି, ମଳୟ ଆନଂଦ ତ୍ରିପାଠୀ, ମଧୁସୂଦନ ଦାଶ, ସୁଶାନ୍ତ ବାଗ, କୃଷ୍ଣଚନ୍ଦ୍ର ବାରିକ, ଗଣେଶ ବାରିକ, ବଲ୍ଲବ ସାହୁ ପ୍ରମୁଖ ଏହି ଉନ୍ମୋଚନ ସଭାରେ ଯୋଗ ଦେଇଥିଲେ । ଶେଷରେ ବ୍ରହ୍ମାନନ୍ଦ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 × two =

error: Content is protected !!