pakka

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ : ଭାରତ ଆଗରେ ୨୬୩ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

bbehera

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ଟି ଦିନିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଇଛି । ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଶିଖର ଧୱନ୍‌ଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବୋଲିଂ କରିଥିଲା । ତେବେ ଭାରତୀୟ ଦଳ ଆଜି ଚମତ୍କାର ପ୍ରଦର୍ଶନ କରିଛି । ଦଳରେ ଏକାଧିକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଶ୍ରୀଲଙ୍କାକୁ ୨୬୨ ରନ୍‌ରେ ଅଟକାଇଛି । ଦୀପକ ଚହର, ୟୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ପ୍ରଥମ ଦିନିକିଆରେ ଭାରତ ଆଗରେ ଶ୍ରୀଲଙ୍କା ୨୬୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ।

jay balangir
Leave A Reply

Your email address will not be published.

20 − 14 =

error: Content is protected !!