ପୁଲିସକୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚାରିମାସ ତଳେ ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଫାଣ୍ଡି ଅଧିନ ଗୋଦାସାହିରେ ତ୍ରିଲୋଚନ ମଲ୍ଲିକ ଓ ଗୌରହରି ମଲ୍ଲିକଙ୍କ ଦୁଇ ପରିବାର ମଧ୍ୟରେ ପୂର୍ବ ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ହରିରାଜପୁର ଫାଣ୍ଡି ଏଏସଆଇ ଗଦାଧର ନାୟକଙ୍କ ନିର୍ଦ୍ଦେଶ କ୍ରମେ କନେଷ୍ଟବଳ ଅନନ୍ତ ନାରୟଣ ରାଉତରାୟ ଓ କନେଷ୍ଟବଳ ମହମ୍ମଦ ମନସୁର ଉକ୍ତ ଗ୍ରାମକୁ ଘଟଣା ସମ୍ପର୍କରେ ବୁଝାବୁଝି କରିବା ପାଇଁ ଯାଇଥିଲେ । ସେଠାରେ ହଠାତ୍‌ ଗୌରହରି ପରିବାରଙ୍କ ପକ୍ଷରୁ ଗୁନ ମଲ୍ଲିକ, ଗଙ୍ଗୁ ମଲ୍ଲିକ, ବିଜୟ ମଲ୍ଲିକ ଓ ପ୍ରଶାନ୍ତ ମଲ୍ଲିକ ବିଭିନ୍ନ ମାରଣାସ୍ତ୍ର ଓ ବମ ଧରି ଆସିବା ସମୟରେ ସେଠାରେ ଉପସ୍ଥିତ କନେଷ୍ଟବଳ ଅନନ୍ତ ନାରାୟର ରାଉତରାୟ ସେମାନଙ୍କୁ ଅଟକାଇବା ସମୟରେ ସେମାନେ ଅନନ୍ତଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲେ । ଅନନ୍ତଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନା କେସନଂ ୭୧/୨୦୨୧ରେ ଏକ କେସ ରୁଜ କରାଯାଇଥିଲା । ଶନିବାର ଡେଲାଙ୍ଗ ପୋଲିସ ବିଜୁ ଓରଫ ବିଜୟ କୁମାର ମଲ୍ଲିକ(୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ଅଭିଯୁକ୍ତ ମାନେ ଚାରି ମାସ ହେଲା ଫେରାର ଅଛନ୍ତି ।

Leave A Reply

Your email address will not be published.

six + ten =