csstore

ଶିକ୍ଷକ ବଦଳି ପ୍ରତିବାଦ ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ ଏବଂ ଗ୍ରାମବାସୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢୀବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳି ପ୍ରତିବାଦକୁ ନେଇ ଅଭିଭାବକ ଏବଂ ଗ୍ରାମବାସୀ ଶୁକ୍ରବାର ସ୍କୁଲ ଗେଟରେ ତାଲା ପକାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏହି ସ୍କୁଲରେ ସର୍ବମୋଟ ୨୦୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ଅଛନ୍ତି ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ପାଠ୍ୟ ଖସଡ଼ା ଅନୁଯାଇ ପରିପୂରକ ଶିକ୍ଷକ ଥିବା ବେଳେ ଶିକ୍ଷାଦାନ ମଧ୍ୟ ଠିକ୍‌ ଭାବରେ ଚାଲୁଥିଲା । ସ୍କୁଲର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ହିସାବରେ ଠିକ୍‌ ଷ୍ଟାଫ ଥିବା ବେଳେ ହଠାତ ସ୍କୁଲର ସାନନ୍ଦ କୁମାର ମେହେରଙ୍କୁ ଅନ୍ୟତ୍ର ବଦଳି କରିବା ଦ୍ୱାରା ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ବ୍ଲକ ଶିକ୍ଷାଧିକାରୀ ସ୍କୁଲରେ ଶିକ୍ଷକ ଯଥେଷ୍ଟ ଅନୁପାତ ଦେଖାଇ ତରବରିଆ ଭାବରେ ଶିକ୍ଷକଙ୍କୁ ବଦଳି କରିବା ଦ୍ୱାରା ଶିକ୍ଷା ଦାନରେ ବାଧା ପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି ଏପରି କ୍ଷେତ୍ରରେ ବିଇଓଙ୍କ କାର୍ଯ୍ୟକଳାପକୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ଯାହାଦ୍ୱାରା ଉତ୍ୟକ୍ତ ଗ୍ରାମବାସୀ ତଥା ଅଭିଭାବକମାନେ ସ୍କୁଲରେ ତାଲା ପକାଇବାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଅପରପକ୍ଷେ ବିଇଓଙ୍କୁ ଏ ବିଷୟରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ଶିକ୍ଷଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବା ସାଙ୍ଗକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲରେ ତାଲା ଦିଆଯିବ ବୋଲି ଗ୍ରାମବାସୀ କହିଛନ୍ତି ।

jayashree
Leave A Reply

Your email address will not be published.