jsm

ରୋତ କୃଷି ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

csstore

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ରୋତ କୃଷି ସେବା ସମବାୟ ସମିତିରେ ଚାଷୀମାନେ ତାଲା ପକାଇଥିବା ଜଣାପଡିଛି । ଚାଷୀଙ୍କ କହିବା ଅନୁସାରେ ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ଅନେକ ଚାଷୀ ଟୋକନ ପାଇ ନାହାନ୍ତି । ରବି ଧାନ ବିକ୍ରି ପାଇଁ ଟୋକନ ମିଳିନଥିବାରୁ ଧାନ ବିକ୍ରି କରିିପାରୁନାହାନ୍ତି । ବାରମ୍ବାର ରୋତ ସେକ୍ରେଟାରୀ ତଥା ଆଗଲପୁର ବ୍ଲକ ଏଆର୍‌ସିଏସ୍‌ ଗୋବିନ୍ଦ ନାଗଙ୍କୁ ସାକ୍ଷାତ କରି, ଲିଖିତ ଭାବେ ଜଣାଇବା ସତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଟୋକନ ପାଇନାହାନ୍ତି । ଏଣୁ ଅସନ୍ତୁଷ୍ଟ ଚାଷୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରୋତ ପେକ୍ସରେ ତାଲା ପକାଇ ଧାରଣା ଦେଇଛନ୍ତି । ପ୍ରକାଶ ଯେ, ଚାଷୀମାନେ ଟୋକନ ପାଇଁ ପଞ୍ଜିକରଣ କରିଥିଲେ, ହେଲେ ପେକ୍ସ ସେକ୍ରେଟାରୀଙ୍କ ବ୍ୟାପକ ଅନିୟମିତତା ଯୋଗୁଁ ପ୍ରକୃତ ଚାଷୀ ଟୋକନ ନପାଇ ଅସାଧୁ ଚାଷୀ (ଯେଉଁମାନେ କି ରବି ଧାନ ଚାଷ କରି ନାହାନ୍ତି) ଟୋକନ ପାଇଛନ୍ତି । ଯାହାଫଳରେ ଯେଉଁ ଚାଷୀ ରବି ଧାନ ଚାଷ କରିଛି ଜୁନ ମାସ ସରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟୋକନ ଆସିନାହିଁ । ଚାଷୀ ଧାନ ବିକ୍ରି କରିନପାରି ନିରାଶ ଓ ହଇରାଣ ହେଉଥିବା ଅଭିଯୋଗ ହେଉଛି । ପେକ୍ସ ସେକ୍ରେଟାରୀଙ୍କ ମନମୁଖି କାର୍ଯ୍ୟଯୋଗୁଁ ଧାନକିଣାରେ ବ୍ୟାପକ ଦୁର୍ନୀତି ହେଉଛି ବୋଲି ରୋତର ଚାଷୀ ମକୁନ୍ଦ ପଟେଲ, ଅରୁଣ ବରିହା, ପ୍ରସନ୍ନ ପଟେଲ, ବାଲ ମକୁନ୍ଦ ପଟେଲ, ଶୁକଦେବ ପଟେଲ ଆଦି ଚାଷୀମାନେ ଅଭିଯୋଗ କରିଛନ୍ତି ଉକ୍ତ ବିଷୟରେ ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.