ବରଗଡ଼ ଶିକ୍ଷା ଜିଲ୍ଲା ପ୍ରାଥମିକ ବିଦ୍ୟାଳୟରେ ଦୁର୍ନୀତି : ତଦନ୍ତ ପାଇଁ ଦାବୀ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଶିକ୍ଷା ଜିଲ୍ଲାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟଗୁଡିକରେ କରୋନା କଟକଣା ସମୟରେ ଜିନିଷ କିଣାରେ ମିଥ୍ୟା ବିଲ୍ ଦେଇ ଅର୍ଥ ଆତ୍ମସାତ ଅଭିଯୋଗରେ ଗତକାଲି ବରଗଡ଼ ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବୀପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । କରୋନା କଟକଣା ସମୟରେ ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ସ୍କୁଲ ନବୀକରଣ, ଇକୋ କ୍ଲବ, ଖେଳ ସାମଗ୍ରୀ କିଣିବା ନାମରେ ମିଥ୍ୟା ବିଲ୍ ଦେଇ ସରକାରୀ ଅନୁଦାନ ଆତ୍ମସାତ କରିଥିବା ଅସାଧୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଅଫିସ ଘେରାଉ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ଆସନ୍ତା ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଭାଜପା ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଅମିତ୍ ପଣ୍ଡା, ରବି ରଞ୍ଜନ ଦାଶ, ଅବନୀ ପଣ୍ଡା, ସୁବ୍ରତ ହୋତା, ପରିକ୍ଷିତ ଛତର, କୁଶ କଲେଜ ସାମିଲ ଥିଲେ ।

Leave A Reply

Your email address will not be published.