jsm

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍କା ଛାତ୍ର କଂଗ୍ରେସ କମିଟୀ ପକ୍ଷରୁ ବିକ୍ଷୋଭ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ମହାଦୁର୍ନୀତି ପ୍ରତିବାଦରେ ସୋମବାର ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ କମିଟୀ ପକ୍ଷରୁ ଜିଲ୍ଲା ସଭାପତି ବିକାଶ ପଶୁପାଳକଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ଛାତ୍ରନେତା ମାନେ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦତ୍ତ ହୋଇଛି । ଦାୟିତ୍ତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍‌ଙ୍କୁ ପ୍ରତିନିଧି ଦଳ ଭେଟି ଏହି ଦାବୀପତ୍ର ପ୍ରଦାନ କରିଛନ୍ତି । ଛାତ୍ର କଂଗ୍ରେସର କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସଦରମହକୁମା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଦେବାଶିଷ ମହାନ୍ତି, ମହେଶ କୁମାର ଗୋଡ, ଶୁଭଙ୍କର ମାଳି, ରାକେଶ ଆଚାର୍ଯ୍ୟ, ସିମାଂଚଳ ରାଉଳ, ସୋମନାଥ ପଣ୍ଡା, ହୃଷିକେଶ ବେହେରା, ରୁଦ୍ର ମିଶ୍ର, ବି.ଶ୍ରିନିବାସ ରାଓ ଓ ଦୀପକ ରାଉଳ ପ୍ରମୁଖ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.