csstore

ବିଶ୍ୱ ପାରମ୍ପରିକ ଆଦିବାସୀ ଦିବସ ପାଳନ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲା ମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାୟତ ଅଗାଧୁପୁର ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସୋମବାର ବିଶ୍ୱ ପାରମ୍ପରିକ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଏଥିରେ ସାମାଜିକ କର୍ମୀ ସୁରେଶ ଚୌଧୁରୀ, ପୂର୍ବତନ ୱାର୍ଡ ମେମ୍ବର ଶାନ୍ତନୁ କୁମାର, କେଶବ ମାଝୀ, ଗ୍ରାମ ବିକାଶ କମିଟିର ସମ୍ପାଦକ ଜଗଦୀଶ ସାହୁ, ବିଶ୍ୱବାଣୀ ସାମ୍ବାଦିକ ପ୍ରଦୀପ ରଣା ପ୍ରମୁଖ ଯୋଗ ଦେଇ ଆଦିବାସୀଙ୍କ ଅଧିକାର, ଆଦିବାସୀଙ୍କ ପାଇଁ ସରକାରୀ ସ୍ତରରେ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିବା ବେଳେ ଅନୁଷ୍ଠାନର କର୍ମୀ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗଦୀଶ ପ୍ରସାଦ ରଣା ସଂଯୋଜନା କରିଥିଲେ ଓ ଅଗାଧୁପୁର ଗ୍ରାମର ଭିଡ଼ିସି କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.