csstore

ଡେଙ୍ଗ ହାଇସ୍କୁଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡେଙ୍ଗ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ କଲୋନୀପଡା ଓ ବିଦ୍ୟାଳୟ ପରିସରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଉଇଛି । ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ସ୍‌ୁୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଇଁନ୍ତଲା ଡାକ୍ତରଖାନାର ଡ. ବିଶ୍ୱଜିତ ମିଶ୍ର ଯୋଗଦେଇ ଚଳିତ ବର୍ଷ ଜଳବାୟୁ ପରିବର୍ତନ ପ୍ରକୋପରୁ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ସହ ଜଳବାୟୁ ପରିବର୍ତନର ମହତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ବୋଲି ମତ ପ୍ରକାଶ କରିଥିଲେ । କରୋନା ଭୂତାଣୁର ଦ୍ୱ୍ୱିତୀୟ ସଂକ୍ରମଣ ନେଇ ସଚେତନତା ଆବଶ୍ୟକ ଲକ୍ଷ୍ୟ କରି ସାମାଜିକ ଦୂରତା, ବାରମ୍ବାର ହାତ ଧୋଇବା, ମାକ୍ସ ପରିଧାନ କରିବା ପାଇଁ ଲୋକ ମାନଙ୍କୁ ଓ ଛାତ୍ରଛାତ୍ରୀ ମାନଙ୍କୁ କାଉନସିିଲର ଶ୍ରୀ ଦାଶ ଅବଗତ କରାଇଥିଲେ । ଏହି ଅବସରରେ ଗ୍ରାମବାସୀଙ୍କୁ ଜୁନିୟର ରେଡକ୍ରସ ତରଫରୁ ସାବୁନ ଓ ମାକ୍ସ ବଂଟନ କରାଯାଇଥିଲା । ପୂର୍ବରୁ କୋଭିଡ-୧୯ ନିୟମ ପାଳନ କରି ବିଦ୍ୟାଳୟରେ ମଧ୍ୟ ପ୍ରତି ସେକ୍ସନରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ବିଷୟରେ ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ଗ୍ରାମବାସୀ ବିଘ୍ନରାଜ ରଣା, ପଦ୍ମିନୀ ଭୋଇ, ଲମ୍ବ ଯାନୀ, ଭୂମି ମାଝି ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ସହ ଯୋଗ କରିଥିଲେ । ଶିକ୍ଷୟତ୍ରୀ ରେଣୁକା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.